Friday, October 23, 2020
Home District News ଅଧା ରାସ୍ତାରେ ଅଟକିଲା ରାଜଧାନୀ ବସ୍,ଲକ୍ଷାଧିକ ଟଙ୍କା ଜରିମାନା, ଯାତ୍ରୀ ହନ୍ତସନ୍ତ

ଅଧା ରାସ୍ତାରେ ଅଟକିଲା ରାଜଧାନୀ ବସ୍,ଲକ୍ଷାଧିକ ଟଙ୍କା ଜରିମାନା, ଯାତ୍ରୀ ହନ୍ତସନ୍ତ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋଟପାଡ଼ (୧୬/୧୦): କୋଟପାଡ ଠାରୁ ଭୁବନେଶ୍ୱର ଦିନେ ଛାଡି ଦିନେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଖୋର୍ଦ୍ଧା R. T. O.ଙ୍କ ଯାଞ୍ଚ ବେଳେ ଧରା ପଡିଥିବା ଜଣାପଡିଛି ।

ସୂଚନା ମୁତାବକ ଉକ୍ତ ବସକୁ ସୋମବାର ସନ୍ଧ୍ୟାରେ କୋଟପାଡ ନୂଆ ବସ୍ ଷ୍ଟାଣ୍ଡ ପରିସରରେ ଉଦଘାଟନ କରାଯାଇଥିଲା ।ଏହି ବସ୍ ମଙ୍ଗଳବାର ଭୋର୍ ୬ଟା ୩୦ ମିନିଟ ସମୟରେ ଜାତୀୟ ରାଜପଥରେ ଖୋର୍ଦ୍ଧା ପରିବହନ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଧରା ପଡି ଥିଲା ଏବଂ ୫ ଲକ୍ଷ ୮୧ ହଜାର ଟଙ୍କା ଜରିମାନା ହୋଇଥିଲା ।କୋଟପାଡ ଠାରୁ ଭୁବନେଶ୍ୱର ଘରୋଇ ବସ୍ ସେବା, ଫିଟନେସ, ରୁଟ ପରମିଟ, ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳକୁ ନ ପହଁଞ୍ଚିବା ଫଳରେ କୋଟପାଡ଼ ଅଞ୍ଚଳ ବାସୀ ବ୍ରହ୍ମପୁର ଓ କଟକ ପ୍ରଭୃତି ଦୂର ସ୍ଥାନକୁ।ଯିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।କୋଟପାଡ଼ ଠାରୁ ଭୁବନେଶ୍ୱର ଓ ବିଜୟନଗରମକୁ ସରକାରୀ ବସ୍ ଚଳାଚଳ ଶୀଘ୍ର ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: