Thursday, October 22, 2020
Home District News ରାୟଗଡ ଜିଲ୍ଳା ଅବକାରୀ ବିଭାଗର ଧରପଗଡ, ଚାରିଦିନରେ ୬୬୫୦ଲିଟର ପୋଚ ଓ ୧୧୨୬ ଲିଟର ଦେଶୀମଦ...

ରାୟଗଡ ଜିଲ୍ଳା ଅବକାରୀ ବିଭାଗର ଧରପଗଡ, ଚାରିଦିନରେ ୬୬୫୦ଲିଟର ପୋଚ ଓ ୧୧୨୬ ଲିଟର ଦେଶୀମଦ ଜବତ ସହ ୩ଜଣ ଗିରଫ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ/୧୫/୧୦/୨୦): ରାୟଗଡ ଜିଲ୍ଳାରେ ବେଆଇନ ଭାବେ ବୃଦ୍ଧି ପାଉଥିବା ଚୋରା ଦେଶୀ ମଦ କାରବାରକୁ ରୋକିବାକୁ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶରେ ଅବକାରୀ ଅଧିକାରୀ ଓ ଷ୍ଟାଫମାନଙ୍କ ଦ୍ୱାରା ଦୁର୍ଗମ ଅଂଚଳ ସହ ଜିଲ୍ଳାର ସୀମାନ୍ତବର୍ତୀ ଅଂଚଳ ଗୁଡିକରେ ଏବଂ ଗ୍ରାମାଂଚଳ ଓ ସହରାଂଚଳରେ ଚୋରାରେ ବିକ୍ରି କରାଯାଉଥିବା ଦେଶୀ ମଦ କାରବାରକୁ ବନ୍ଦ କରିବା ପାଇଁ ଧରପଗଡ କରାଯାଇ ବିପୁଳ ପରିମାଣର ମହୁଲ ପୋଚ,ଦେଶୀ ରନ୍ଧାମଦ,ମଦ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରାଯାଉଛି ଏବଂ ଏଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏହି କ୍ରମରେ ଗତ ୮ ତାରିଖରୁ ୧୧ ତାରିଖ ୪ ଦିନ ମଧ୍ୟରେ ଗୁଡାରୀ, ଆମ୍ବଦଳା,ଚାନ୍ଦିଲି, ଓ ରାୟଗଡ ଥାନା ଅଂଚଳରେ ଅବକାରୀ ଚଢାଉ କରାଯାଇ ୬୬୫୦ଲିଟର ମହୁଲ ପୋଚ ଓ ୧୧୨୬ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି ଓ ସେହି ଗୁଡାକୁ ନଷ୍ଟ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧୀକ୍ଷକ ଶ୍ରୀ ଦଣ୍ଡପାଣି ବେହେରାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ୮ ତାରିଖ ଦିନ ଗୁଡାରୀ ଥାନ ଅନ୍ତର୍ଗତ ଡାକପଡା ଗ୍ରାମରେ ଅବକାରୀ ଚଢାଉ କରାଯାଇ ୭୫୦ଲିଟର ମହୁଲ ପୋଚ ଓ ୧୬ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ, ଦ୍ୱିତୀୟ ଦିନରେ ରାୟଗଡ ଥାନା ଅନ୍ତର୍ଗତ ବାଲପଡା ଗ୍ରାମରେ ଚଢାଉ କରାଯାଇ ୧୪୦୦ ଲିଟର ମହୁଲ ପୋଚ ଓ ୧୭୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ସହ ନଷ୍ଟ କରାଯାଇଥିଲା । ସେହିପରି ତୃତୀୟ ଦିନ ମଧ୍ୟ ୧୦ ତାରିଖରେ ଆମ୍ବଦଳା ଥାନା ଅନ୍ତର୍ଗତ ରଘୁବାରୀ ଓ ଅମ୍ଳାଗୁଡା ଗ୍ରାମରେ ଚଢାଉ କରାଯାଇ ୨୨୦୦ ଲିଟର ପୋଚ ଓ ୪୭୫ ଲିଟର ଦେଶୀ ରନ୍ଧାମଦ ଜବତ ସହ ନଷ୍ଟ କରାଯାଇଥିଲା ବେଳେ, ପଥରପଡା ଗ୍ରାମରେ ଧରପଗଡ କରାଯାଇ ୧୫୦୦ଲିଟର ପୋଚ ଓ ୩୦୦ଲିଟର ଦେଶୀ ରନ୍ଧାମଦ ଜବତ ସହ ନଷ୍ଟ କରାଯାଇଥିଲା ।

ଚତୁର୍ଥ ଦିନ ୧୧ ଅକ୍ଟୋବରରେ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର, କେଉଟଗୁଡା, ଅମ୍ଳଭଟ୍ଟା ଛକ ଏବଂ ଗାରିଡିପଡା ସ୍ଥାନଗୁଡିକରେ ଚଢାଉ କରାଯାଇ କାମେଶ କରକରିଆ, ଦାବ୍ୟା ଦାଶ ଓ ମାଳତୀ ସାହୁ- ନାମକ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୮୦୦ଲିଟର ମହୁଲ ପୋଚ ଓ ୧୬୫ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: