କୋରାପୁଟରେ ଡବଲ୍ ମର୍ଡର; ଖଣ୍ଡା ଚୋଟରେ ୨ ମୃତ

1
62
କୋରାପୁଟରେ ଡବଲ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୫/୧୦) : କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ଘଟିଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଯୁବକ ଦ୍ୱୟ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଗୋବର୍ଦ୍ଧନ କୁନ୍ଦୁଲି ହାଟପଦାରେ ଥିବା ଦୋକାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ । ଜିନିଷ କିଣା ନେଇ ଦୋକାନୀ ସହ ଗୋବର୍ଦ୍ଧନଙ୍କ ବଚସା ହୋଇଥିଲା । ଘଟଣାସ୍ଥଳରେ ରାଜକୁମାର ଓ ତାଙ୍କ ଉପସ୍ଥିତ ଥିଲେ । ଦୋକାନୀ ଓ ଗୋବର୍ଦ୍ଧନଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା । ଜାତିସଂଘ ମହାସଚିବଙ୍କ ଇସ୍ତଫା ଦାବି କଲା ଇସ୍ରାଏଲ ଜାତିସଂଘ ମହାସଚିବଙ୍କ ଇସ୍ତଫା ଦାବି କଲା ଇସ୍ରାଏଲ ପରେ ଗୋବର୍ଦ୍ଧନଙ୍କୁ ଦୋକାନୀ, ରାଜକୁମାର ଓ ତାଙ୍କ ବାପା ମିଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା । ଗୋବର୍ଦ୍ଧନଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜକୁମାରଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । କୁନ୍ଦୁଲି ହାଟପଦାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି ।

1 COMMENT

Comments are closed.