Friday, March 29, 2024

Top 5 This Week

Related Posts

ବିଜୟା ଦଶମୀରେ ଅଘଟଣ : ଜଣେ ମୃତ , ୧୪ ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୫/୧୦) : ବିଜୟା ଦଶମୀରେ ମା’ଙ୍କୁ ଦର୍ଶନ ପାଇଁ ଯିବା ସମୟରେ ଅଘଟଣ । ଅଟୋ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେବାରୁ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସମ୍ବଲପୁର-ସୋନପୁର ରାଜପଥ ଗ୍ରୀଣ୍ଡୋଳାପାଳି ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲା । ଅଟୋରେ ୧୫ ଜଣ ଥିବା ବେଳେ ସମସ୍ତେ ଦୁର୍ଘଟଣା ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଦାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣା ୨ ଜଣ ଅତି ଗୁରୁତର ଥିବାବେଳେ ହସ୍ପିଟାଲରେ ଜଣଙ୍କ ମୃତ୍ୟ ହୋଇଛି । ଅନ୍ୟ ମାନେ ମେଡିକାଲରେ ଚିକିତ୍ସା ଚାଲିଛି । ତେବେ ଏମାନେ ବରଗଡ ଜିଲ୍ଲା ବିଶିପାଲିରୁ ସୋନପୁର ମା’ ମେଟାକାନି ମନ୍ଦିରକୁ ବିଜୟା ଦଶମୀରେ ଦର୍ଶନ ପାଇ ଅଟୋ ଯୋଗେ ଯାଉଥିଲେ । ଅଟୋ ଗ୍ରୀଣ୍ଡୋଳାପାଳି ନିକଟରେ ଏକ ଗଛରେ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା । ସେପଟେ ଘଟଣା ସ୍ଥଳକୁ ଧମା ପୋଲିସ ପହଞ୍ଚି ଥିବାବେଳେ ଅଟୋ ଓଭର ଲୋଡ ଯୋଗୁ ଭାରସାମ୍ୟ ହରାଇ ଗଛରେ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି ।

Popular Articles