Thursday, March 28, 2024

Top 5 This Week

Related Posts

ଗୋଷ୍ଠୀ ସଂଘର୍ଷରେ ୫ ଜଣ ଯୁବକ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୫/୧୦) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

ବଙ୍ଗୋମୁଣ୍ଡାର ଦଳିତ ଗୋଷ୍ଠୀର ଯୁବକ ମାନେ ଜମିଦାରପଡାକୁ ଆସି ବିଭିନ୍ନ ଭାଷାରେ ଗାଳି ଗୁଲଜ କରିବା ସହ ଆଦିବାସୀ ଗୋଷ୍ଠୀର ୫ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଉତ୍ୟକ୍ତ ଲୋକେ ବଙ୍ଗୋମୁଣ୍ଡା ଥାନାକୁ ଘେରାଉ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଜିଦରେ ଅଟଳ ଅଛନ୍ତି । କେଉଁ କାରଣରୁ ଏହି ଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ । ବଙ୍ଗୋମୁଣ୍ଡା ଥାନାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି ।

Popular Articles