ପୋଖରୀରେ ବୁଡ଼ି ମା’-ଝିଅଙ୍କ ମୃତ୍ୟୁ

0
37
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୫/୧୦) : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳହାଣ୍ଡି ଗ୍ରାମ ପଞ୍ଚାୟତର ଘୋଳହାଣ୍ଡି ଗ୍ରାମ ପୋଖରୀରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ ଝିଅ ଦୁହେଁ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ।

ମୃତକ ହେଲେ ରୀନା ପ୍ରଧାନ ଏବଂ ତାଙ୍କ ଝିଅ ବର୍ଷା ପ୍ରଧାନ । ମା’ଝିଅ ଦୁହେଁ ଗାଧୋଉଥିବାବେଳେ ପ୍ରଥମେ ଝିଅ ଅସାବଧାନତା ହେତୁ ପାଣିରେ ବୁଡ଼ି ଯାଇଥିଲେ । ପରେ ଝିଅକୁ ବଞ୍ଚାଇବାକୁ ଯାଇ ମା’ ମଧ୍ୟ ବୁଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ପ୍ରଥମେ ଝିଅଙ୍କୁ ମୃତ ଘୋଷଣା କରାଯାଇଥିଲା ପରେ ତାଙ୍କ ମା’ଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।