Thursday, March 28, 2024

Top 5 This Week

Related Posts

ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ ୫ ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୧୦) : ଡିଭାଇଡରରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି ।

ଘଟଣା ଘଟିଛି ରାଜଧାନୀର ଭୁବନେଶ୍ୱରର ଉତ୍ତରା ଛକ ସିଫା ନିକଟରେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ରୋଗୀଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଥିବା ଜଣାପଡ଼ିଛି । ଗତକାଲି ରାତିରେ ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ନେଇଯାଉଥିଲା । ଏହି ସମୟରେ ଉତ୍ତରା ଛକ ସିଫା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ପରେ ଆମ୍ବଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଆହତ ମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆମ୍ବୁଲାନ୍ସ ଚାଳକ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Popular Articles