Friday, October 23, 2020
Home Death Case ସ୍ୱାମୀ,ସ୍ତ୍ରୀ ଙ୍କ ଗଛରେ ଝୁଲନ୍ତା ଶବ ଉଦ୍ଧାର, ଏକ ବର୍ଷର ଶିଶୁ ଏବେ ଅସହାୟ

ସ୍ୱାମୀ,ସ୍ତ୍ରୀ ଙ୍କ ଗଛରେ ଝୁଲନ୍ତା ଶବ ଉଦ୍ଧାର, ଏକ ବର୍ଷର ଶିଶୁ ଏବେ ଅସହାୟ

ବଲାଙ୍ଗୀର, ତା୧୪-୧୦): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଶାଗୁଆନ ଗଛରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଝୁଳନ୍ତା ଅବସ୍ଥାରେ ମିଳିଛି । ମୃତକ ସ୍ୱାମୀ ଜଣକ ହେଲେ ଗଡ଼ିଆଜୋର ଗାଁ ନୀଳକଣ୍ଠ କଟା ଏବଂ ତାଙ୍କ ସ୍ତ୍ରୀ ଶାନ୍ତି କଟା ।

ଗତକାଲି ଦୁଇଜଣ ଭାଲୁମୁଣ୍ଡା ଗାଁ ବ୍ୟାଙ୍କକୁ କାମରେ ଯାଉଥିବା କହି ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଖୋଜଖବର ମିଳିନଥିଲା । ଆଜି ତାଙ୍କ ଜମିରେ ଥିବା ଏକ ଶଗୁଆନ ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକ ତୁରେକେଲା ଥାନାକୁ ଖବର ଦେବା ପରେ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ‌ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତ କାରଣ କଣ ସେ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୋଲିସ ପ୍ରକାଶ କରିଛି।

ତେବେ ଗତ ୩ ବର୍ଷ ହେବ ନୀଳକଣ୍ଠ ଓ ଶାନ୍ତି ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ୧ ବର୍ଷ ର ପୁଅ ଅଛି । କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଏମିତି ଛୋଟ ବଡ଼ ଝଗଡା ଲାଗି ରହୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେପରି କୌଣସି ବଡ଼ କାରଣ ନଥାଉ ଦୁଇ-ଦୁଇ ଜଣ ଆତ୍ମହତ୍ୟା କରିବା କଥା ଏବେ ସଂପୃକ୍ତ ଅଞ୍ଚଳରେ ଚହଳ ପକାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: