Friday, October 23, 2020
Home District News ଖାକୀରେ କଳଙ୍କ - ଡକାୟତି କରିବା ମହଙ୍ଗା ପଡିଲା ଯବାନକୁ

ଖାକୀରେ କଳଙ୍କ – ଡକାୟତି କରିବା ମହଙ୍ଗା ପଡିଲା ଯବାନକୁ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୪/୧୦) : ବାଲିଗୁଡା ବ୍ଲକ କଲୋନୀରେ ବ୍ଲକ କର୍ମଚାରୀଙ୍କ ଘରେ ପଶି ମୁଖା ପିନ୍ଧି ଆଇ. ଆର.ବି ସିପାହୀର ଡକାୟତି ଘଟଣାରେ ଅଭିଯୁକ୍ତ ଯବାନକୁ ଗିରଫ କରିଛି ବାଲିଗୁଡା ପୋଲିସ l

ଗିରଫ ହୋଇଥିବା ସିପାହୀ ହେଲେ ଅଷ୍ଟମ ଆଇ.ଆର.ବି ବାଟାଲିୟନର ମାନସ କୁମାର ମାଝୀ l ବାଲିଗୁଡା ଉପକାରାଗାରରେ ସୁରକ୍ଷାକର୍ମୀ ଦାୟିତ୍ୱରେ ନିୟୋଜିତ ହୋଇଥିଲେ ମାନସ l ଗତକାଲି ସନ୍ଧ୍ୟା ସମୟରେ ଅଭିଯୁକ୍ତ ସିପାହୀ ବାଲିଗୁଡା ବ୍ଲକ କଲୋନୀରେ ରହୁଥିବା ବ୍ଲକ କର୍ମଚାରୀ ଅଭିଜିତ ପ୍ରଧାନଙ୍କ କ୍ଵାଟରରେ ମୁଖା ପିନ୍ଧି ହାତରେ ଛୁରୀ ଧରି ପଶିଥିଲା l ଅଭିଜିତଙ୍କ ଛୋଟ ଝିଅଙ୍କ ବେକରେ ଛୁରୀ ଲଗାଇ ଟଙ୍କା ଓ ସୁନା ମାଗିଥିଲା l ସୁନା ଓ ଟଙ୍କା ନ ଦେଲେ ଛୋଟ ଶିଶୁକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ସିପାହୀ ମାନସ l ଏହି ସମୟରେ ଅଭିଜିତଙ୍କ ସାନଭାଇ ଅବିନାଶ ସିପାହୀକୁ କାବୁ କରିଥିଲେ l କିନ୍ତୁ ସିପାହୀର ଛୁରା ମାଡ଼ରେ ଅଭିଜିତ ଓ ଅବିନାଶ ଆହତ ହୋଇଥିଲେ l ପଡୋଶୀ କ୍ଵାଟରରେ ଥିବା ଅନ୍ୟ ଜଣେ ମହିଳା କର୍ମଚାରୀ ଛଡେଇ ବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ମଧ୍ୟ ଛୁରା ମାଡ଼ କରିଥିଲା ସିପାହୀ l ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ବ୍ଲକ କର୍ମଚାରୀ ପହଂଚି କାବୁ କରିବା ସହ ସିପାହୀକୁ ନିରଧୂମ ପିଟିଥିଲେ l ଆହତ ଦୁଇ କର୍ମଚାରୀ ଓ ଜଣେ ସମ୍ପକୀୟଙ୍କୁ ବାଲିଗୁଡା ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା l ବାଲିଗୁଡା ପୋଲିସକୁ କାବୁ କରି ଜିମା ଦେବା ପରେ ତଦନ୍ତ ପରେ ଅଭିଯୁକ୍ତ ସିପାହୀ ମାନସ କୁମାର ମାଝୀକୁ ଗିରଫ କରାଯାଇଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: