Friday, October 23, 2020
Home District News ପୋଷାକ ବଣ୍ଟନରେ ଅଙ୍ଗନ ୱାଡ଼ି ଦିଦିଙ୍କ ଅନିୟମିତତା

ପୋଷାକ ବଣ୍ଟନରେ ଅଙ୍ଗନ ୱାଡ଼ି ଦିଦିଙ୍କ ଅନିୟମିତତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା ୧୪/ ୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ରେ ଅଙ୍ଗନ ୱାଡ଼ି କେନ୍ଦ୍ର ରେ ପିଲାଙ୍କୁ ପୋଷାକ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି। ବିଜୁ ସାମୁଖ୍ୟ ଅଙ୍ଗନ ୱାଡ଼ି କର୍ମୀ ସଂଘ ଏହି ଅଭିଯୋଗ କରିଥିଲେ।

ଆଜି ଏହି ପ୍ରସଙ୍ଗ ରେ ମୁହଁ ଖୋଲିଛନ୍ତି ପୋଷାକ ଯୋଗଣ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ସେମାନଙ୍କ କହିବା ହେଲା ଗାନ୍ଧୀ ଜୟନ୍ତୀ ପୂର୍ବରୁ ପାଞ୍ଚଟି ସେକ୍ଟରର ସୁପର ଭାଇଜର ଙ୍କୁ ଜାଣଇ ସମସ୍ତ ଅଙ୍ଗନ ୱାଡ଼ି କେନ୍ଦ୍ର କୁ ଯାଇ ପୋଷାକ କର୍ମୀଙ୍କୁ ହସ୍ତାନ୍ତର କରି ଟଙ୍କା ନେବାକୁ କୁହାଯାଇଥିଲା । ଏଥିପାଇଁ ନିୟୋଜିତ ଛଅ ଟି ସ୍ଵୟଂ ସହାୟକ ଗୋଷ୍ଠୀ ସମସ୍ତ କେନ୍ଦ୍ର କୁ ନିଜେ ସିଲେଇଥିବା ପୋଷକ ବଣ୍ଟନ କରିଥିଲେ। କିନ୍ତୁ କରପା ସେକ୍ଟର ର କରପା,ନାରାୟଣ ପୁର,ଧାମୁଣି ପଙ୍ଗା ପଞ୍ଚାୟତ ର ୭୨୩ ଜଣ ଶିଶୁଙ୍କ ଦୁଇ ହଲ ଲେଖାଏଁ ପୋଷାକ ଧରି ମାଁ ତାରିଣୀ ଓ ଶ୍ରୀ ସାଇ ଗଣେଶ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଗାଡ଼ିରେ ପୋଷାକ ଧରି ବୁଲିବୁଲି ହସ୍ତାନ୍ତର କରିଥିଲେ। କେନ୍ଦ୍ର ରେ ପହଞ୍ଚିବା ବେଳକୁ ଜଣେ ମଧ୍ୟ କର୍ମୀ ନଥିଲେ। ସୁପର ଭାଇଜର ନଳିନୀ ବୈରାଗୀ ଙ୍କU ଜଣାଇବା ପରେ କର୍ମୀ ମାନେ କେନ୍ଦ୍ର ରେ ପହଞ୍ଚିଥିଲେ । ପୋଷାକ ପ୍ରଦାନ ସମୟ ରେ କର୍ମୀ ମାନେ ମୂଳତାଳ କରିବା ଆରମ୍ଭ କରି ୬୦ ଟଙ୍କା ୭୦ ଟଙ୍କା ପୋଷାକ ପିଛା ନେବାକୁ କହିଥିଲେ। ଏଥିରେ ଅରାଜି ହେବାରୁ ପୋଷାକ ଫେରାଇ ଦେଇଥିଲେ। ଗତ ୮ ତାରିଖ ଦିନ ପଞ୍ଚାୟତ ର ସମସ୍ତ କର୍ମୀ ଏବଂ ଦୁଇ ସ୍ଵୟଂ ସହାୟକ ଦଳର ସଦସ୍ୟା ଙ୍କୁ ଡାକି ସିଡିପିଓ ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଭିନ୍ନ ଆଳ ଦେଖେଇ କର୍ମୀ ମାନେ ଆସିନଥିଲେ। ଏଭଳି ବିବାଦ ମଧ୍ୟରେ ସେମାନେ ନିମ୍ନ ମାନର ପୋଷାକ ଦିୟାଯାଇଥିବା ଅଭିଯୋଗ କରିଛନ୍ତି। ଯାହାକୁ ମାଁ ତାରିଣୀ ଓ ଶ୍ରୀ ସାଇ ଗଣେଶ ସଂଘ ର ସଭାପତି ଏନ ଯୋସଦା ,ମିଳି ପଣ୍ଡା, ପି ସରଜିନି,ଏସ ସରସ୍ବତୀ, ଏନ ଜ୍ୟୋତି, ଜି ନିଲାମା,ପି ଚନ୍ଦ୍ରକଳା ,ପି ୱାରାଲକ୍ଷ୍ମୀ ଓ ଅନ୍ୟମାନେ ଖଣ୍ଡନ କରି ପ୍ରେସ ବିବୃତି ଦେଇଥିଲେ। ଏ ସଂମ୍ପର୍କ ରେ ସିଡିପିଓ ସଞ୍ଜୁ ରାଣୀ ମିଶ୍ର ଙ୍କୁ ପଚାରିବାରୁ ଉକ୍ତ ସେକ୍ଟର ସୁପର ଭାଇଜର ନଳିନୀ ବୈରାଗୀ ଏହାର ସମାଧାନ କରିବେ ବୋଲି କହିଥିଲେ। କରପା ସେକ୍ଟର ସୁପର ଭାଇଜର ନାଳୀନ ଙ୍କୁ ପଚାରିବାରୁ ଆସନ୍ତା ସେକ୍ଟର ମିଟିଂ ବେଳେ ସମସ୍ତ କର୍ମୀ ଙ୍କୁ କହି ପୋଷାକ ନେବେ ଓ ଉକ୍ତ ପୋଷାକ ବାବଦକୁ ନିର୍ଧାରିତ ଟଙ୍କା ଦିୟା ଯିବ ବୋଲି ଲିଖିତ ଆକାରରେ ପ୍ରଦାନ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: