Thursday, March 28, 2024

Top 5 This Week

Related Posts

୮ଟି ଦୋକାନରେ କଳାକନା ବୁଲାଇ ଦେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୩/୧୦) : ମହାମାୟାଙ୍କ ପୂଜା ଚାଲିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି । ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର ।

ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ । ଗତକାଲି ରାତିରେ ଦୋକାନୀମାନେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଚୋରମାନେ ବିଳମ୍ବିତ ରାତିରେ ଦୋକାନ ଚାବି ଭାଙ୍ଗି ଦୋକାନ ଭିତରେ ପଶି ଟଙ୍କା ପଇସା ନେଇ ଯାଇଥିଲେ । ଏହାସହ ଦୋକାନରେ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଥିଲେ । ଆଜି ସକାଳେ ଦୋକାନରେ ତାଲା ଭଙ୍ଗା ଯାଇଥିବା ଦୋକାନୀ ଜାଣିବାକୁ ପାଇଥିଲେ। ଏନେଇ ପୁଲିସକୁ ଜଣାଇଥିଲେ । ପୁଲିସ ଅନ୍ୟ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି । ଚୋର ମାନେ ମୁହଁରେ କପଡ଼ା ବାନ୍ଧି ଦୋକାନରେ ପଶିଥିବାସିସିଟିଭିରେ କଏଦ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

1 COMMENT

Comments are closed.

Popular Articles