Friday, October 23, 2020
Home District News ଅଜଣା ରୋଗରେ ଧାନ ଫସଲ ନଷ୍ଟ ପ୍ରସଂଗ, ଖବର ପ୍ରକାଶ ପରେ କୃଷି ବିଭାଗର ତନାଘନା

ଅଜଣା ରୋଗରେ ଧାନ ଫସଲ ନଷ୍ଟ ପ୍ରସଂଗ, ଖବର ପ୍ରକାଶ ପରେ କୃଷି ବିଭାଗର ତନାଘନା

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧୨ଅକ୍ଟୋବର୨୦୨୦): ଧାନ ଅମଳ ସମୟରେ ଅଜଣା ରୋଗକୁ ନେଇ ଆତକିଂତ ହୋଇଥିବା ଚାଷୀମାନେ ସୋମବାର ବେଗୁନିଆପଡ଼ା ବ୍ଳକ କୃଷି କାର୍ଯ୍ୟାଳୟ ଠାରେ ଅଭିଯୋଗ କରିଛନ୍ତି।

କରୋନା ମହାମାରୀ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଧାନ ଫସଲ ଅମଳ ପୂର୍ବରୁ ଅଜଣା ରୋଗ ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତରେ ଏବେ ଚାଷୀ ଫସଲରେ ଅଜଣା ରୋଗକୁ ନେଇ ହତାଶ ହୋଇ ପଡିଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଏବେ କରଜ ସୁଝିବା ନେଇ ଚିନ୍ତାରେ ପଡିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର ଖଣ୍ଡିଆନଈ, ତିରିଡା, ମିରିଗିଲେଣ୍ଡି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏବେ ଚାଷୀମାନେ ସମାନ ଅଭିଯୋଗ ଆଣିଛନ୍ତି।ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ କୃଷି ବିଭାଗର ତତ୍ପରତା ପ୍ରକାଶ ପାଇଛି। ଖଣ୍ଡିଆନଈ ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ମାନେ ନଷ୍ଟ ଧାନ କେଣ୍ଡା ଧରି ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବ୍ଲକ କୃଷି ସହ ଅଧିକାରିଣୀ ଶୁଭଶ୍ରୀ ଜେନା, କୃଷି ଅଧି ଦର୍ଶକ ତପନ କୁମାର ପଟ୍ଟନାୟକ, ମହିଳା କୃଷି କର୍ମଚାରୀ ସୁବର୍ଣ୍ଣା ପ୍ରଧାନ ପ୍ରମୁଖ ଚାଷୀଙ୍କ ଧାନ କେଣ୍ଡା ଗୁଡିକ ଦେଖିବା ସହ ନିକଟରେ ଥିବା ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଧାନ ଫୁଲ ହେବା ସମୟରେ ବର୍ଷା ଅଭାବରୁ ଏବଂ କିଛି ଜମିରେ ସଠିକ୍ ବିହନ ବୁଣା ଯାଇ ନଥିବାରୁ ଏଭଳି ରୋଗ ହୋଇଥିବା କଥା ସହ କୃଷି ଅଧିକାରୀଣୀ କହିଛନ୍ତି। ଅପରପକ୍ଷେ ଏନେଇ ଉପରିସ୍ଥ ଅଧିକାରୀ କୁଂ ଜଣାଇବେ ଏବଂ ଶସ୍ଯ ଅମଳ ପରେ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ଏଥି ସହିତ ଚାଷୀଙ୍କୁ ସହାୟତା ପ୍ରଦାନକୁ ନେଇ ମଧ୍ୟ ବିଭାଗକୁ ଜଣାଇବେ ବୋଲି ସେ କହିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: