ତସୁ ବଝୋଇ ଟ୍ରକ ଓଲଟି ତିନି ଗୁରୁତ୍ତର : ଅଳ୍ପକେ ଭର୍ତିଲେ ଡ୍ରାଇଭର

0
67
ତସୁ ବଝୋଇ ଟ୍ରକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ର ଭାତପରସି କିରା ନାଳ ବୁଲାଣି ଠାରେ ଭାରସାମ୍ୟ ହରାଇ ତସୁ ବଝେଇ ଟ୍ରକ ଓଲଟି ତିନି ଗୁରୁତ୍ତର ।WhatsApp Image 2023-10-22 at 16.03.06

ତିନି ଗୁରୁତ୍ତର ହେଉଛନ୍ତି ଆନ୍ଦ୍ରପ୍ରଦେଶର ବିଶାଖାପାଟଣାମ ଜିଲ୍ଲା ଆନନ୍ଦପୁର ମଣ୍ଡଳର ପେକେରି ଗ୍ରାମର ଏ ସନ୍ୟାସି ରାଓ (୩୫) ପି ଆପାରାଓ (୪୫) ୟୁ ରାମଣା (୩୭) । ଖବର ପାଇ କଲ୍ୟାଣସିଂହପୁର ପୁଲିସ ଏସ ଆଇ ଶିବ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ତିନିଜଣ ଗୁରୁତ୍ତରକୁ ଅଗ୍ନିଶମ ବିଭାଗ ଗାଡି ଓ ମୋ ପରିବାର ଆମ୍ବୁଲାନ୍ସରେ କଲ୍ୟାଣସିଂହପୁର ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଶଭାଗ୍ୟ ହୁଇ ପ୍ରାଥମକି ଚିକିତ୍ସା କରିବା ପରେ ଅଧିକ ଗୁରୁତ୍ତର ହୋଇଥିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିଲେ । ଏଠାରେ ୧୦୮ ଆମ୍ବୁଲାନ୍ସ ଉପଲ୍ଲବ୍ଧ ନଥିବାରୁ ସରକାରଙ୍କ ମୋ ପରିବାର ଆମ୍ବୁଲାନ୍ସ ଗାଡିରେ ପଠାଇଥିଲେ ।

ସୂଚନା ଅନୁଯାୟୀ ଆନ୍ଦ୍ରପ୍ରଦେଶର ଏପି ୦୫ ଟି ଜି ୦୨୦୭ ଟ୍ରକ କଲ୍ୟାଣସିଂହପୁର ଏକ ରାଇସ ମିଲରୁ ତସୁ ନେଇ ଆନ୍ଦ୍ରପ୍ରଦେଶ ଅଭିମୁଖେ ଜିବା ସମୟରେ ଘଟଣାଟି ଘଟିଛି । ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ ଏସଆଇ ଶିବସାହୁ, ସଞ୍ଜୟ କୁମାର ମୁର୍ମୁ ଅଧିକ ତଦନ୍ତ କରୁଛନ୍ତି । ଗାଡି ଡ୍ରାଇଭର ସୁସ୍ଥ ଥିବାବେଳେ ଟ୍ରକ ଗାଡି ହେଲଫର ପି ଆପରାଓ କୁ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ରେ ବହୁତ ଆଘାତ ହୋଇଥିବାରୁ ବିଶାଖାପାଟଣା ନିଆଯିବ ବୋଲି ଡାକ୍ତର ହୁଇ କହିଛନ୍ତି । ମେଡିକାଲ ରେ ତିନି ଗୁରୁତରଙ୍କୁ ପହଞ୍ଚାଇବା ବେଳକୁ ତାଲା ପଡିଥିଲା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତାଲା ଖୋଲିବାକୁ କହିବାରୁ ତାଲା ନର୍ସ ଜଣକ ଅଗ୍ନିଶମ କର୍ମଚାରୀଙ୍କୁ ନାଲି ଆଖି ଦେକେଇଥିଲେ । ଦୁଖଃ ର ବିଷୟ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରତେକ ଦିନ ଠିକ ୧୨ଟା ହେଲେ ମୁଖ୍ୟ ଦ୍ବାରରେ ତାଲା ପକାଇ ଦେଉଛନ୍ତି ।

ଯାହା ଫଳରେ ଅନେକ ସମୟରେ ଗୁରୁତର ରୋଗୀ ଙ୍କୁ ଆଣିଲେ ମୁଖ୍ୟ ଦ୍ବାରରେ ଘଣ୍ଟା ଘଣ୍ଟା ଯୋଗିବାକୁ ପଡୁଛି।ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଏ ବଳି ସମସ୍ୟା କୁ ଦୂର କରିବା ପାଇଁ ବ୍ଳକ ବାସୀ ଅଭିଯୋଗ କରିଛନ୍ତି । ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ରୋଗୀ ମାନେ ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି । ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ମଚାରୀ ଅଭାବରୁ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ମାନବିକତା ଦେଖେଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ମୋ ପରିବାର ଆମ୍ବୁଲାନ୍ସ ଡକେଇ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠେଇବା ବ୍ୟବସ୍ଥା କରିଥିଲେ।