ମେଡିକାଲ ଭିତରେ ୩ ଯୁବକଙ୍କୁ ଛୁରା ମାଡ଼

0
46
ମେଡିକାଲ ଭିତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୨/୧୦) : ମେଡ଼ିକାଲ୍‌କୁ ଚିକିତ୍ସା ହେବାକୁ ଆସିଥିଲେ । ହେଲେ ଛୁରା ମାଡ଼ରେ ଶିକାର ହେଲେ । ଛୁରା ମାଡ଼ରେ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଆଜି ଏପରି ଘଟଣା କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ମେଡ଼ିକାଲ୍‌ରେ ଭଟିଛି ବଡପଡ଼ାର ଟିଙ୍କୁ ବାଗ, ପାର୍ଥ ବାଗ ଓ ତରୁଣ ନାଏକ ଆଜି ସକାଳେ ଭବାନୀପାଟଣା ମେଡ଼ିକାଲ୍‌କୁ ଆସିଥିଲେ । ସେଠାରେ ସେମାନଙ୍କୁ ଛୁରା ମାଡ଼ କରିଥିଲେ ଶିବାନନ୍ଦ ରାଉତ। ଫଳରେ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ଚାଲିଛି । ଏନେଇ ଅଭିଯୋଗ ହେବା ପରେ ଟାଉନ୍‌ ଥାନା ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ଏଭଳି ଆକ୍ରମଣ ଘଟିଲା, ତାହା ସ୍ପଷ୍ଟ ହୋଇ ପାରିନାହିଁ । ପୁଲିସ ବିଭିନ୍ନ ଦିଗରୁ ତଦନ୍ତଚଳାଇଛି । ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ଯୁବକଙ୍କ ପତ୍ତା ପାଉନି ପୁଲିସ୍‌ ।