Friday, October 23, 2020
Home District News ଅଙ୍ଗନବାଡି ପୋଷାକ କିଣାରେ ଦୁର୍ନୀତି, ଅଭିଯୋଗ ଆଣିଲେ ବ୍ଲକ ଅଧ୍ୟକ୍ଷା

ଅଙ୍ଗନବାଡି ପୋଷାକ କିଣାରେ ଦୁର୍ନୀତି, ଅଭିଯୋଗ ଆଣିଲେ ବ୍ଲକ ଅଧ୍ୟକ୍ଷା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରିଗୁଡା (୧୩/୧୦): ବୈପାରିଗୁଡା ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନବାଡି ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ହୋଇଥିବା ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି

ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ଯେ, ଅଙ୍ଗନବାଡି କେନ୍ଦ୍ରରେ ଛୋଟ ପିଲାଙ୍କୁ ବଣ୍ଟନ କରାଯାଇଥିବା ପୋଷାକ ଅତି ନିମ୍ନମନର ଥିବାବେଳେ ଏହି କପଡା ଛୋଟ ପିଲାଙ୍କ ପାଇଁ ବ୍ୟବହାର ଉପଯୋଗି ନୁହଁ l ପୁଣି ସେ କହିଛନ୍ତି ପୂର୍ବେ ଅଙ୍ଗନବାଡି ମାନେ ନିଜେ ଭଲ ପୋଷାକ କିଣି ପିଲାଙ୍କୁ ବଣ୍ଟନ କରୁଥିଲେ ହେଲେ ଚଳିତ ବର୍ଷ ପୋଷାକ ସିଲେଇ କରି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ଯୋଗାଇବା ପାଇଁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ହେଲେ ଏହି ପୋଷାକ ଗୁଡ଼ିକ ସିଲେଇ ନକରି କୌଣସି ଏକ ଦୋକାନରୁ କମ ଦାମରେ କିଣା ଯାଇଥିବା ସହ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୋଲି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧକ୍ଷା l ପୁଣି ପାଞ୍ଚ ବର୍ଷ ରୁ ଛ ବର୍ଷ ଅଙ୍ଗନବାଡି ପିଲାଙ୍କୁ ପୋଷାକ ଦିଆଯାଉନାହିଁ ଏବଂ କେତୋକ ସ୍ଥାନରେ ପିଲାଙ୍କୁ ଦୁଇ ଯଥା ବଦଳରେ ଗୋଟିଏ ଯଥା ପ୍ରଦାନ କରିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: