Friday, October 23, 2020
Home District News ବିପଦ ସଂକୁଳ ଅବସ୍ଥାରେ ପୁରାତନ ଶୈବପୀଠ

ବିପଦ ସଂକୁଳ ଅବସ୍ଥାରେ ପୁରାତନ ଶୈବପୀଠ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମାତାପୁଟ ତା ୧୨/୧୦/୨୦):ବିପଦ ସଙ୍କୁଳ ଅବସ୍ଥା ରେ ଦୀର୍ଘ ଦଶନ୍ଧି ର ପୁରାତନ ଶୈବ ପୀଠ।ଦିନ ଥିଲା ଏହି ଶୈବ ପୀଠ ରେ ପ୍ରବଳ ଭକ୍ତ ଙ୍କ ଭିଡ଼ ଜମୁଥିଲା।ବର୍ଷ ତମାମ ଦୂର ଦୁରନ୍ତ ରୁ ଭକ୍ତଙ୍କ ସୁଅ ଛୁଟୁ ଥିଲା ଏବେ କିନ୍ତୁ ଲୋକ ଙ୍କ ମନରୁ ଲିଭି ଗଲାଣି ଏଠାରେ ଗୋଟେ ଶୈବ ପୀଠ ଥିଲା ବୋଲି।

କିମ୍ବଦନ୍ତୀ କୁହେ ଯେ ୪୦ ବର୍ଷ ପୂର୍ବେ ଯେଉଁ ପୁଜାରୀ ଥିଲେ ସେ ଗୋଟାଏ ଗୋଟାଏ ବାଉଁଶ ନଳୀ ରଖିଥିଲେ ଯାହାର ଲମ୍ବା ଏକ ଫୁଟ ହେବ ଏଵଂ ସେଥିରେ ସେ ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କୁ ରାନ୍ଧିବା ପାଇଁ ଗୋଟିଏ ନଳୀ ହିଁ ଚାଉଳ ଦେଉଥିଲେ ପାଖା ପାଖି ୧କିଲ ଓ ସେଥିରେ ଗୋଟାଏ ଦଳ ରେ ଯେତେ ବି ଭକ୍ତ ଆସୁଥିଲେ ସମସ୍ତ ଙ୍କ ପେଟ ପୁରୁଥିଲା ଏହା ସହିତ ଆଉ ଗୋଟେ କିମ୍ବଦନ୍ତୀ କୁହେ କି ଦିନ ସମୟରେ ବଟ ଗଛରୁ ନାଗ ସାପ ଗୁଡିକ ବାହାରି ବୁଲୁଥିଲେ ପୁଜାରୀ ଜଣଙ୍କ କିନ୍ତୁ ଅତି ସହଜରେ ଗଛର ପତ୍ର ସାହାଯ୍ୟ ରେ ସାପକୁ ଭକ୍ତ ମାନଙ୍କୁ କାହିଁକି ବିରକ୍ତ କରୁଚୁ କହିଲେ ସପାମଧ୍ୟ ନିକ ସ୍ଥାନ କୁ ପଶି ଯାଉଥିଲା।କିନ୍ତୁ ଏବେ ଆଉ ସେ ସବୁ କିଛି ନାହି।ମନ୍ଦିର ପ୍ରାୟ ବିଲୁପ୍ତ ହେବାକୁ ବସିଛି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ଲିଟିପୁଟ ଗ୍ରାମ ରେ। ମନ୍ଦିର କହିଲେ ୧୫/୨୦ ଫୁଟ ଓସାର ର ଗୋଟିଏ ସ୍ଲାପ୍ ଘର ଯାହାକି ୧୯୯୮ ମସିହାରେ ବ୍ଲୋକ ପ୍ରଶାସନ ତରଫରୁ ନିର୍ମିତ ହୋଇଥିଲା। ବର୍ତମାନ ଏହି ମନ୍ଦିର ର ଅବସ୍ଥା କହିଲେ ନସରେ।କାନ୍ଥ ରେ ଶିଉଳି ଲାଗି ଖଣ୍ଡିଆ ହେଲାଣି।ଛାତ ଭୁସୁଡ଼ିବାରେ ଲାଗିଲାଣି। ସିମେଣ୍ଟ ଖଣ୍ଡ ଗୁଡିକ ଖସି ଛାତ ଆଁ କଲାଣି,ମନ୍ଦିରକୁ ଲାଗି ରହିଥିବା ଏକ ବିରାଟ ବର ଗଛ ଯାହାର ଓସାର ପ୍ରାୟ ଗୋଟାଏ ଏକର ଜମିକୁ ମାଡ଼ି ମନ୍ଦିର ର ସୌନ୍ଦର୍ଯ୍ୟ ବଢାଇ ରଖିଥିଲା।କିନ୍ତୁ ଧୀରେ ଧୀରେ ଗଛଟି ମରିବା ସହ ମନ୍ଦିର ଉପରେ ପଡ଼ିବା ଯୋଗୁଁ ମନ୍ଦିର ନଷ୍ଟ ହେଉଛି।ମାନେ ମନ୍ଦିର ଭିତରେ ପାଦେ ପାଦେ ପ୍ରତି ବିପଦ ରହିଛି।କେତେ ବେଳେ କୋଉ ମୁହୁର୍ତ୍ତ ରେ ସମ୍ପୂର୍ଣ ଘରଟି ଭୁଶୁଡ଼ି ଯିବ।ତେଣୁ ଗ୍ରାମ ବାସି ମନ୍ଦିର କୁ ସମ୍ପୂର୍ଣ୍ଣ ବନ୍ଦ କରି ମନ୍ଦିର ର ବାହାରେ ହିଁ ସମସ୍ତ ନୀତି କାନ୍ତି ସମ୍ପନ୍ନ କରୁଛନ୍ତି।ଆଗକୁ କାର୍ତ୍ତିକ ମାସ ଥିବାରୁ ଅଞ୍ଚଳ ର ଭକ୍ତ ମାନେ ଏହି ମନ୍ଦିର କୁ ନିଭର କରନ୍ତି।ଏ ନେଇ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଜିଲ୍ଲା ପରିଷଦ,ବ୍ଲକ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ ମନ୍ଦିର ର ଉନ୍ନତୀପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଓ ଯଥା ଶୀଘ୍ର ମନ୍ଦିରକୁ ପୁନଃରୁଦ୍ଧାର କରିବା ପାଇଁ ପୁଜାରୀ ଲଛମା ଖିଲ,ସୁବାସ ମାଳି,ତିଲକ ଦାମୀ ଓ ସମସ୍ତ ଗ୍ରାମ ବାସି ଅଭିଯୋଗ କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: