ଘରକୁ ଫେରୁଥିବା ବେଳେ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

0
39
ଘରକୁ ଫେରୁଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୨/୧୦) : ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ । ଜଣେ ମୃତ,ଜଣେ ଗୁରୁତର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା କୋମଣ୍ଡ ବଡ଼ରାମପଲ୍ଲୀ ଗାଁ’ରେ ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରୁ ଗାଁ’କୁ ଅଟୋରେ ଯାଉଥିବା ବେଳେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣା ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତକ ଜଣଙ୍କ ହେଲେ କୋମଣ୍ଡ ଗାଁର ପଦ୍ମ ରେଡ୍ଡୀ । ଗୁରୁତର ଲଷ୍ମୀ ନରସିଂହ ପଣ୍ଡା । ଦୁହିଁଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡ଼ିକାଲ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳ ଘଟଣାସ୍ଥଳରେ ରମ୍ଭା ଥାନା ପୋଲିସ ଏବଂ ଛତ୍ରପୁର ଏସଡିପିଓ ପହଁଚି ତଦନ୍ତ କରୁଛନ୍ତି ।