ଚୋରି ବାଇକ ଜବତ କଲା ପୁଲିସ, ଦୁଇ ଲୁଟେରା ଫେରାର

0
78
ଚୋରି ବାଇକ ଜବତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ଥାନା ପକ୍ଷରୁ ପେଟ୍ରୋଲିଂ ଯିବା ସମୟରେ ସନ୍ଦେହରେ ନମ୍ବର ପ୍ଲେଟ ନ ଥିବାରୁ ଅଟକାଇ ଥିଲା ପୋଲିସ ପରେ ଲୁଟେରା ମାନେ ବାଇକ ପିଙ୍ଗି ଦୌଉଡ଼ି ଫେରାର ହୋଇଥିବା ଜଣାପଡିଛି ।WhatsApp Image 2023-10-22 at 07.23.57

ଚୋରି ବାଇକ ଜବତ କଲା ପୁଲିସ, ଦୁଇ ଲୁଟେରା ଫେରାର । ଆଜି ଅପରାହ୍ନରେ ସ୍ଥାନୀୟ ପୁଲିସ ଏସ ଆଇ ଶିବ ପ୍ରସାଦ ସାହୁ ସମେତ ଏକ ଦଳ ପେଟ୍ରୋଲିଂ କରିବା ସମୟରେ ଉଚ୍ଚ ବିଦ୍ୟାଳୟ ନିକଟରେ ରାୟଗଡା ପଟରୁ ବିନାନମ୍ବର ବାଇକ ଲାଲ ରଙ୍ଗର ଗ୍ଲାମାର ବାଇକ କୁ ଧରି ଦୁଇ ଲୁଟେରା ଆସୁଥିବା ବେଳେ ଚୋରା ଗାଡି ହୋଇଥିବା ସନ୍ଦେହ କରି ପୁଲିସ ଅଟକ ରଖିଥିବା ରୁ ଦୁଇଜଣ ଯୁବକ ବାଇକ ଛାଡି ସରକାରୀ ଉଚ୍ଚବିଦ୍ୟାଳୟ ପଛ ପଟ ଜଙ୍ଗଲକୁ ଦୌଉଡ଼ି ଚାଲିଯାଇଥିଲେ । ପରେ ପୁଲିସ ଗୋଡ଼ାଇଥିଲେ ମଧ୍ୟ ସେମାନଙ୍କୁ କାବୁ କରି ପାରି ନଥିଲେ । ବର୍ତ୍ତମାନ ପୋଲିସ ଲୁଟେରା ଙ୍କୁ ଖଜା ଖୋଜି କରି ଧରିବା ପାଇଁ ଏକ ଛେଲେଞ୍ଜ ହୋଇଥିବା ବେଳେ,ଚୋର ବାଇକ ଟି ଜବତ କରି ଥାନା କୁ ନେଇ ଥିବା ଜଣା ପଡ଼ିଛି । ବାଇକ ଟି କାହାର କଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ ଏହି ଘଟଣା ସମ୍ପର୍କରେ ଏସ ଆଇ ଶିବ ପ୍ରସାଦ ସାହୁ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଅତି ଶୀଘ୍ର ଲୁଟେରା ଧାରା ଯିବ ବୋଲି କହିଛନ୍ତି ।