Thursday, March 28, 2024

Top 5 This Week

Related Posts

୨୦୨୨ ଓ ୨୦୨୩ ପାଇଁ କାଶୀନଗର ବ୍ଲକ ୧୪ ବର୍ଷରୁ କମ କବାଡିରେ ରାଜ୍ୟ ଚାମ୍ପିୟନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୦) : ଚଳିତ ବର୍ଷ ଅନୁଷ୍ଠିତ ୧୪ ବର୍ଷ ରୁ କମ ପୁରୁଷ କବାଡିରେ କାଶୀନଗର ବ୍ଲକ ଜାତୀୟ ସ୍ତର କୁ ଉନ୍ନୀତ ହୋଇଛି ।

ଚଳିତ ବର୍ଷ ଅନୁଷ୍ଠିତ ଶିଶୁ ପ୍ରତିଭା “ସୁରଭୀ ‘ ରେ କାଶୀନଗର ବ୍ଲକ ସ୍ତରୀୟ କବାଡି ରେ ଉତ୍ତୀର୍ଣ ହୋଇ ଜିଲ୍ଲା ଓ ପରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ରେ କାଶୀନଗର ବ୍ଲକ ଚାମ୍ପିଯାନ ହୋଇ ଜାତୀୟ ସ୍ତର ରେ ପହଂଚି ଥିବା ଏହି ଟିମ ର କୋଚ ରାମ ଯୋଗୀ ଓ ଟିମ ମେନେଜର ଏ. ମଧୁ କାଶୀନଗର ବାରଣାସୀ ହାଇସ୍କୁଲ ଖେଳ ଶିକ୍ଷକ କହିଛନ୍ତି । ଆଜି ଟିମ ପହଞ୍ଚିବା ପରେ ସେମାନଙ୍କୁ ମୋଟର ସାଇକେଲ ରାଲି କରି ପାଛୋଟି ଅଣା ଯାଇଥିଲା । ଆମ ପିଲା ରାଜ୍ୟ ସ୍ତର ରେ କୃତିତ୍ୱ ହୋଇ ଜାତୀୟ ସ୍ତରରେ ପହଞ୍ଚିବା ଏହି ମାଟିର ଗର୍ବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ କହିଛନ୍ତି ।

ସେହିଭଳି ଏନଏସି ଅଧ୍ୟାକ୍ଷା ଶ୍ରୀମତୀ ସୁଧାରାଣୀ ଉପାଧ୍ୟକ୍ଷ ରଘୁରାମ ସାହୁ ଟିମ କୁ ଶୁଭେଚ୍ଛା ଜଣାଇଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ ଉଭୟ କୋଚ ଓ ଛାତ୍ର ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛନ୍ତି । ସେହିଭଳି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ଶ୍ରୀ ଜଗଦୀଶ ପାତ୍ର ଉଭୟ କୋଚ, ମେନେଜର ଓ ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇ ଜାତୀୟ ସ୍ତର ରେ ପୁଣି ସଫଳତା ଆଣିବା କୁ ଆଶା ପ୍ରକୋଟ କରିଛନ୍ତି ।

3 COMMENTS

Comments are closed.

Popular Articles