Friday, October 23, 2020
Home Cultural & Festival ମହିମା ଆଶ୍ରମ ର ସୁ-ପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ

ମହିମା ଆଶ୍ରମ ର ସୁ-ପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୧୨ ୵ ୧୦ ୵ ୨୦): ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚାୟତ ରେ ଆଧ୍ୟାମିକ ବାତାବରଣ ଜାଗ୍ରତ କରିବା ପାଇଁ ସାଧୁ ଗିରିଜା ଶଙ୍କର ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଅଂଚଳର ଅଗଣିତ ଭକ୍ତଙ୍କ ପ୍ରଚେଷ୍ଟାରେ ୨୦୦୯ ମସିହାରେ ଅନେକ ଆଲୋଚନା ପରେ ପଲସାନୀ ଗ୍ରାମର

ଭକ୍ତ ଧବଳେଶ୍ୱର ବାଙ୍କା ୭ ଏକର, ଟୁଲ ବରିହା ୩ ଏକର ଭୂମି ସ୍ୱଇଚ୍ଛାରେ ଦାନ କରି ୨୦୧୭ ରେ ଉକ୍ତ ଜମି ଉପରେ ଧୂନୀ ମନ୍ଦିର କାର୍ଯ୍ୟ ଆରମ୍ଭ ପରେ ଓଡିଶା ତଥା ନିକଟସ୍ଥ ଛତିଶଗଡ ରାଜ୍ୟରୁ ଅଗଣିତ ସାଧୁ ସନ୍ଥଙ୍କ ସମାଗମ ରେ ୨୦୧୮ ମସିହା ଫାଲଗୁନ ମାସ ଶୁକ୍ଲପକ୍ଷ ଷଷ୍ଟୀ ତିଥିରେ ମନ୍ଦିରର ଖୁବ ଆଡମ୍ବର ପୂର୍ଣ୍ଣ ଭାବେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ଏ ପରିପେକ୍ଷୀ ରେ ଆଜି ଧୂନୀ ମନ୍ଦିର ପ୍ରାଙ୍ଗଣ ରେ ଅଂଚଳ ର ଶତାଧିକ ଭକ୍ତ ଙ୍କ ଉପସ୍ଥିତି ରେ ପ୍ରାରମ୍ଭେ ୩୦ ଜଣ ସଭ୍ୟ ଙ୍କୁ ନେଇ ଏକ କମିଟୀ ଗଠନ କରାଗଲାା ସମସ୍ତ ସଭ୍ୟ ଙ୍କ ସର୍ବସମ୍ମତିକ୍ରମେ ସଭାପତି ସନ୍ଥ ସାଧୁ ଗିରିଜାଶଙ୍କର ଦାଶ, ଉପ ସଭାପତି ଛବିଳ ବାରିକ, ବିନୋଦ ସେଠ, ଉପ ସଭାପତି ଡାକ୍ତର ପ୍ରଧାନ, ଗଜେନ୍ଦ୍ର ସେଠ ସମ୍ପାଦକ ଯୋଗେଶ୍ୱର ପ୍ରଧାନ,ଅଶୋକ ଭୋଇ, ସହ ସଂପାଦକ:- ପିତ୍ତବାସ ଭୋଇ , କିଶୋର ରଣା କୋଷାଧ୍ୟକ୍ଷ ଭିଷ୍ମଦେବ ସାହୁ, ଜଗନ୍ନାଥ ଛତ୍ରିଆ ଙ୍କୁ ମନ୍ଦିର ର ଭିତ୍ତିଭୂମୀ କୁ ସୁ-ଦୃଢ଼ କରିବାକୁ ନିର୍ବାଚିତ କରା ଯାଇଛି ବୋଲି ଭକ୍ତ ମୁନୁ ସାହୁ, ମାତା ସୂର୍ଯ୍ୟ ସାହୁଙ୍କ ଠାରୁ ପ୍ରକାଶ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: