Friday, March 29, 2024

Top 5 This Week

Related Posts

ସାଇଟିଆଇ ପ୍ରକଳ୍ପ ନାମ୍ନୀ ଏକ ସଂସ୍ଥା ଦୀର୍ଘ ବର୍ଷ ଧରି କାଗଜ,କଲମରେ କୋଟି,କୋଟି ଟଙ୍କା ହଡ଼ପ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୧୦) : ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସାଇ ଟିଆଇ ପ୍ରକଳ୍ପ ନାମ୍ନୀ ଏକ ସଂସ୍ଥା ଦୀର୍ଘ ବର୍ଷ ଧରି କେବଳ କାଗଜ, କଲମରେ କୋଟି, କୋଟି ଟଙ୍କା ହଡ଼ପ କରି ଲୋକ ଙ୍କ ଜୀବନ ସହ ଖେଳୁଥିବା ଓ ଅକାଳ ମୃତ୍ୟୁର ଶିକାର ହେବା ଭଳି ଗୁରୁତର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଏହି ସାଇ ଟି ଆଈ ପ୍ରକଳ୍ପ – ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ପକ୍ଷରୁ କାର୍ଯ୍ୟ କରୁଥିବା ବେଳେ ଓ ମୋଟା ଅଙ୍କର ଟଙ୍କା ଦରମା ନେଇ ସୁଦ୍ଧା କିଛି ନକଲି କ୍ୱାକ୍ ବା ଡାକ୍ତର ଙ୍କ ସହ ମିଶି ନିୟମିତ ହଜାର, ହଜାର ଟଙ୍କା ଠକେଇ କରି ବେଶ୍ ମାଲା, ମାଲ ହେଉ ଛନ୍ତି । ପ୍ରକାଶ ଯେ, ଏହି ପ୍ରକଳ୍ପ ଚଳାଉ ଥିବା ମୁଖ୍ୟ ଏହି ଜିଲ୍ଲା ଓ ରାଜ୍ୟର ବିଭିନ୍ନ ବରିଷ୍ଠ କରି ଅଧିକାରୀ ଙ୍କ ସହ ସଲା,ସୁତୁରା ଓ ଜାଲ ବିଲ , ଭାଉଚର୍ କରି ବର୍ଷ, ବର୍ଷ ଧରି ଲକ୍ଷ, ଲକ୍ଷ ଟଙ୍କା ହଡ଼ପ କରିଚାଲିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ,ଇତି ମଧ୍ୟ ରେ ତିନି ଦିନ ଆମ୍ବୁଲାନ୍ସ କୁ ଜଗି ଟିଟିଲାଗଡ ଛଅ ନମ୍ବର ୱାର୍ଡ ର ଜଣେ ଶଯ୍ୟାଶାୟୀ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିଲା।

ଏହି ସାଇ ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ ପରାମର୍ଶ ଦାତା ଓ ଅନ୍ୟ କର୍ମଚାରୀ ମିଶି ଟିଟିଲାଗଡ ସହର ବ୍ଲକ ପଡ଼ା ନିବାସୀ ଜଣେ ନକଲି ଡାକ୍ତର ବା କ୍ଵାକ ଙ୍କ ସହ ମିଶି ତାଙ୍କ ନିକଟରୁ ୭୦୦/- ଟଙ୍କା ନେଇ ଡାକ୍ତର ଖାନାକୁ ଆସୁଥିବା ସରକାରୀ କିଛି ଔଷଧ ଓ ଇଞ୍ଜେକସନ ଦେଇଥିଲେ । ଏକ ଅଟୋ ରେ ଧାର, କରଜ କରି ଉକ୍ତ ମୃତକ ଙ୍କ ସ୍ତ୍ରୀ ଏହି ଭଳି ତିନି ଥର ୨୮ ସହ ଟଙ୍କା ଦେଇଥିଲେ । କୌଣସି ରକ୍ତ ପରୀକ୍ଷା,ଅବା ରୋଗର କାରଣ କିଛି ଉକ୍ତ ନକଲି ଡ଼ାକ୍ତର ନ ଜାଣି ତଥା ଉକ୍ତ ସାଇ ଟି ଆଇ ପ୍ରକଳ୍ପ ର କର୍ମଚାରି ଅନ୍ୟ କିଛି ଦଲାଲଙ୍କୁ ରଖି ତାଙ୍କ ଘରେ ଏକ କ୍ଲିନିକ କରିଥିବା ଓ ନିଜେ ବିଭିନ୍ନ ଗ୍ରାମ ମାନ ଯାଇ ସରକାରୀ ସାଲାଇନ ଓ ଇଞ୍ଜେକ୍ସନ ମାନ ଦେଇ ମୋଟା ଅଙ୍କ ରୋଜଗାର କରୁଥିବା ବେଳେ ଲୋକେ ସଠିକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରି ଆସୁଥିବା ସାର ହେଉଛି ।

ଉକ୍ତ ଛଅ ନମ୍ବର ୱାର୍ଡ ର ମୃତ ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ତଥା ଯକ୍ଷ୍ମାରେ ପୀଡ଼ିତ ଥିବା ବେଳେ ଉକ୍ତ ସରକାରୀ ସାଇ ଟିଆଇ ପ୍ରକଳ୍ପ କାର୍ଯ୍ୟକର୍ତ୍ତା ମିଶି ଏଭଳି ତ୍ରୁଟି ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ, ଟିଟିଲାଗଡ ବ୍ଲକ ପଡ଼ା ନିବାସୀ ଉକ୍ତ ନକଲି ଡ଼ାକ୍ତର ଟିଟିଲାଗଡ ନିକଟସ୍ତ ଲେପର୍ସି ଡାକ୍ତରଖାନା ରେ ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ଓ ତାଙ୍କ ଅଭିଜ୍ଞତା ରହିଛି ଓ ଦୂର,ଦୁରାନ୍ତ ରୁ ଲୋକେ ତାଙ୍କ ନିକଟକୁ ଆସନ୍ତି ବୋଲି ପ୍ରକାଶ କରି ଥିବା ବେଳେ ଆମ ନିକଟରେ କିଛି ପ୍ରକାଶ କରିବେନି ବୋଲି କହିଥିଲେ ।

ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଏହି ସାଇ ଟି ଆଇ ପ୍ରକଳ୍ପ ସ୍ୱତନ୍ତ୍ର ଭାବେ କେବଳ ଅବିବାହିତ ପୁଅ, ଝିଅ, ମହିଳା, ପୁରୁଷ ତଥା କିନ୍ନର, ଉଭୟ ମହିଳା ଓ ପୁରୁଷ ଯୌନ କର୍ମୀଙ୍କୁ ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା, କଣ୍ଡୋମ୍ ର ବ୍ୟବହାର ତଥା ବିଶେଷ କରି ଏଡ୍ସ ଓ ଏହି ଭୂତାଣୁ ରେ ସାଧାରଣ ଲୋକେ କିଭଳି ଆକ୍ରାନ୍ତ ନ ହେବେ ସେ ନେଇ ସଚେତନ ଓ ଔଷଧ ପ୍ରଦାନ କରିବା ନିୟମ ରହିଛି ।

ଉକ୍ତ ମୃତ ବ୍ୟକ୍ତି ଯକ୍ଷ୍ମାରେ ପୀଡ଼ିତ ଥିବା ଓ ମାନସିକ ରୋଗ ରେ ଆକ୍ରାନ୍ତ ଥାଇ ସୁଦ୍ଧା କାଗଜ, ପତ୍ର ରେ ତାଙ୍କୁ ସବିଶେଷ ଚିକିତ୍ସା କରାଯାଉଥିବା ଆମ ନିକଟରେ ପ୍ରକାଶ କରି ଖବର ପ୍ରସାରଣ ନ କରିବା ଓ ଆମ ଖର୍ଚ୍ଚ ଦେବେ ବୋଲି କହିଛନ୍ତି । ଉକ୍ତ ମୃତକ ଙ୍କ ଭଳି ଅସଂଖ୍ୟ ଲୋକେ ଏଭଳି ଦୁର୍ଦ୍ଦଶା ଭୋଗ କରି,କରି ଅକାଳ ମୃତ୍ୟୁ ବରଣ କରିବା ନେଇ ଜୀବେଦୟା ଅନୁଷ୍ଠାନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ବୋଲି ସଭାପତି ଶ୍ରୀକାନ୍ତ ସାହୁ ଜଣାଇଛନ୍ତି । ଏ ନେଇ ଆମ ନିକଟରେ ଉକ୍ତ ସାଇ ପ୍ରକଳ୍ପ କର୍ମକର୍ତ୍ତା ତଥା ଅନ୍ୟ ଅଧିକାରୀ କିଛି ପ୍ରକାଶ କରୁନାହାନ୍ତି ଓ ମୋବାଇଲ୍ ମଧ୍ୟ ବିଜୀ ମୋଡ କରି ଦେଉଛନ୍ତି ।

ସୂଚନାନୂଜାୟୀ ଉକ୍ତ ମୃତ ବ୍ୟକ୍ତିଙ୍କୁ ତିନି ଦିନ ଆମ୍ବୁଲାନ୍ସ ମିଳି ନ ଥିବା ବେଳେ ଟିଟିଲାଗଡ ସହର ପାଇଁ ଉଦ୍ଦିଷ୍ଟ ଥିବା ଆମ୍ବୁଲାନ୍ସ ରେ ରୋଗୀ ବଦଳରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଗୁଡ଼ିକୁ ଔଷଧ ନେଇ ବିତରଣ କରାଯାଉ ଥିଲା । ସ୍ବାସ୍ଥ୍ୟ ସେବା ଯୋଜନା ବିଫଳ ରହିଥିବା ଏହି ଜିଲ୍ଲା ଓ ଟିଟିଲାଗଡ ଉପଖଣ୍ଡରେ ଏହି ଅବ୍ୟବସ୍ଥା ନେଇ ତୁରନ୍ତ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦୃଢ଼ ଦାବି ହେଉଛି ।

Popular Articles