ରାୟଗଡ଼ା ଜିଲ୍ଲାରେ ଘରୋଇ ବସ୍ ସେବା ଠପ୍

0
64
ରାୟଗଡ଼ା ଜିଲ୍ଲାରେ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୦/୧୦) : ରାଜ୍ଯ ସରକାରଙ୍କ ଲକ୍ଷ୍ମୀ ଯୋଜନା କୁ ବିରୋଧ କରି ଆଜି ଓଡ଼ିଶା ଘୋରେଇ ବସ୍ ମାଲିକସଂଘ ଅନିଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବସ୍ ସେବା ବନ୍ଦ କରି ବିରୋଧ କରାଯାଇଛି ।

ଏହାକୁ ସମର୍ଥନ କରି ରାୟଗଡ଼ା ଜିଲ୍ଲାର ସମସ୍ତ ଘରୋଇ ବସ୍ ମାଲିକସଙ୍ଘ ଏଥିରେ ସାମିଲ୍ ହୋଇଛନ୍ତି । ଯାହାଦ୍ବାରା ଜିଲ୍ଳାର ସମସ୍ତ ଘରେଇ ବସ୍ ଚାଲିବା ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ ଗୁଡ଼ିକରେ ବସ୍ ଗୁଡାକ ଠିଆ ହୋଇ ରହିବା ଦେଖିବାକୁ ମିଳିଛି । ବସ୍ ସେବା ବନ୍ଦ ରହିବା ଫଳରେ ଯାତ୍ରୀମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହୋଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଜରୁରି କାଳୀନ କ୍ଷେତ୍ରରେ ଯାତ୍ରୀ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି । ସରକାର ବସ୍ ମାଲିକ ସଂଘର ଦାବି ଗୁଡାକ ମାନିବା ଯାଏଁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଏହି ବନ୍ଦ ଜାରିରହିବ । ସୂଚନା ବିଷମକଟକ ଘରୋଇ ବସ୍ ମାଲିକ ସଂଘର ସଭାପତି ଶଶୀଭୂଷଣ ପଟ୍ଟନାୟକ ଦେଇଛନ୍ତି ।