Friday, March 29, 2024

Top 5 This Week

Related Posts

ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଓ ଭତ୍ତା ବଣ୍ଟନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲ୍ୟାମ୍ପ ପକ୍ଷରୁ ଆଜି ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-20 at 12.31.32 (1)

ଏଥିରେ ମାନ୍ୟବର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଜୁସ୍ୱାସ୍ଥ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର ଦାସ, ଓ ଏସ ସି ବି ର ଡ଼ାଇରେକ୍ଟର ଜଗନ୍ନାଥ ନୁଣ୍ଡ୍ରୁକା, କେସିସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରିୟାଶୁ ଭୋଳ ,କ ଜୋନର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ ,ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ସ୍ୱତନ୍ତ୍ର ପରିଷଦ ର ଜିଲା ଉପସଭାପତି ବନମାଳୀ କାଡ୍ରାକା, ଲ୍ୟାମ୍ପର ସଭାପତି ଶଙ୍କର ହୁଈକା, ଲ୍ୟାମ୍ପର ଉପ ସଭାପତି ପ୍ରମିଳା କାଡ୍ରାକା, ଲ୍ୟାମ୍ପର ଶାଖାପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ରହିଥିଲେ ।ଏଥିରେ ୯ଟି ମହିଳା ସଂଘକୁ ୧୧ଲକ୍ଷ ୧୫ହଜାର ଟଙ୍କା ର ଋଣ ପ୍ରଦାନ କରିଥିଲେ ।

କୁସୁମଶୀଳା ର ମହାଲକ୍ଷ୍ମୀ ଗ୍ରୁପ ୧ ଲକ୍ଷ ୫୦ ହଜାର ଟଙ୍କା, ବଡ ତ୍ରୋଡ୍ରାର ରାଣିଲକ୍ଷ୍ମୀ ଗ୍ରୁପ ୬୫ହଜାର ଟଙ୍କା, ପଡିଭଟ୍ଟାର ଜୟ ସଦଗୁରୁ ଗ୍ରୁପ ୧ଲକ୍ଷ୫୦ହଜାର ଟଙ୍କା, ଗିରିଆଗୁଡା ର ପଦ୍ମା ଗ୍ରୁପ କୁ୧ଲକ୍ଷ୫୦ହଜାର ଟଙ୍କା ,ପେଡିପଦର ର ମା ତାରିଣୀ ଗ୍ରୁପର ୧ଲକ୍ଷ ଟଙ୍କା ,ପଡିଭଟ୍ଟା ର ମା ସଙ୍ଘ ୧ଲକ୍ଷ ଟଙ୍କା, କାଳିଆ ଗୁଡା ର ସ୍ୱରସ୍ବତୀ ସଙ୍ଘ୨ଲକ୍ଷ ଟଙ୍କା, ତାଳଗୁଡ ର ଶିବ ଶଙ୍କର ଗୁପ୧ଲକ୍ଷ ଟଙ୍କା ଓ ପାଳଖମଣର ମା ମଙ୍ଗଳା କୁ୧ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରିଛନ୍ତି ।

ଏଥିରେ ଲ୍ୟାମ୍ପର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହାପରେ ମନ୍ତ୍ରୀ ଜଗନ୍ନାଥ ସାରକା ବ୍ଲକକୁ ଗସ୍ତ କରି ୬୮୨ଟି ବିଧବା, ବିକଳାଙ୍ଗ, ବାର୍ଦ୍ଧକ୍ୟ ଓ ଅବିବାହିତ ଭତ୍ତା ବଣ୍ଟନ କରିଥିଲେ । ଏଥିରେ ଏ ସି ଓ ବିଶ୍ୱଜିତ ସିଂ ସାମନ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏଥିରେ ସମସ୍ତ ସରପଞ୍ଚ ଉପସ୍ଥିତ ରହିବା ସହ ଦଳୀୟ ନେତା କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Popular Articles