Thursday, October 22, 2020
Home District News ବାଇ-ପାସ୍ ରାସ୍ତା ଅଭାବରୁ ବଢୁଛି ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅଟୋ ମାଲିକ

ବାଇ-ପାସ୍ ରାସ୍ତା ଅଭାବରୁ ବଢୁଛି ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅଟୋ ମାଲିକ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ,ତା.୧୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ଫାଣ୍ଡି ନିକଟସ୍ଥ ଅଟୋ ଷ୍ଟାଣ୍ଡରେ ଗତ କାଲି ପୂର୍ବାହ୍ନରେ ଏକ କୋରିଅର ବୋଝେଇ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଟି ଅଟୋ ଏବଂ ଦୁଇଟି ବାଇକ୍ ଓଲଟି ନାଳରେ ପଡିବା ସହ ମାଲିକ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଏକ କୋରିଅର ବୋଝେଇ ହୋଇଥିବା ଭ୍ୟାନ୍ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିବା ବେଳେ ନିଶାସକ୍ତ ଡ୍ରାଇଭରର ବେପରୁଆ ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଥିବା ଜଣା ପଡ଼ିଛି । ଦୁର୍ଘଟଣା ଘଟାଇ ଖସି ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକେ କୋଟପାଡ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ କୁହୁଡି ଗାଁ ନିକଟରେ ଗାଡିଟିକୁ କାବୁ କରି ଗାଡି ସହ ଡ୍ରାଇଭରକୁ ପୋଲିସ୍ ଜିମା ଦେଇଥିଲେ ।ସମସ୍ତ ଗାଡି ଜବତ କରି ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ଆର୍ .କେ .ମହାପାତ୍ର ସୂଚନା ଦେଇଛନ୍ତି ।କୋଟପାଡ଼ରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ପାଇଁ ମୂଖ୍ୟତଃ ରାସ୍ତା କଡ଼ରେ ବେଆଇନ୍ ପାର୍କିଂକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାୟୀ କରୁଥିବା ବେଳେ ପୁଲିସର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ବେଆଇନ୍ ପାର୍କିଂ ଜନିତ ଟ୍ରାଫିକ୍ ସମସ୍ୟା ଓ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବିଷୟ ସାଧାରଣରେ ଆଲୋଚନା ହେଉଛି ।ଏଥିସହ ପ୍ରସ୍ତାବିତ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ନିକଟବର୍ତ୍ତୀ ଜନବସତି ଗୁଡିକରେ ରାଜନୀତିକ ସମୀକରଣ ଅଭାବରୁ ପଲ୍ଲୀସଭା କରିବା ସହ ଜମି ଅଧିଗ୍ରହଣ ହୋଇ ନ ପାରିବା ବିଷୟ ଏକ ଚିନ୍ତାର ବିଷୟ ।ବାଇପାସ୍ ରାସ୍ତା ନିର୍ମାଣ କରିବା ତଥା ବେଆଇନ୍ ପାର୍କିଂକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ଜୋର ଧରିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: