ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ, ଦୁଇ ଗୁରୁତର

1
53
ଗ୍ୟାସ୍‌ ଟାଙ୍କି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୯/୧୦) : ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁ’ରେ ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି ।

ଏହି ବିସ୍ଫୋରଣରେ ଜଣେ ପୁରୁଷ ଓ ମହିଳା ଗୁରୁତର ହୋଇଥିବା ଜଣାଯାଇଛି । ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳି ପାରିନି । ଆଜି ମଧ୍ୟାହ୍ନରେ ହଠାତ୍‌ ପୁରୁଣା ଗାଁ’ର ଜଣେ ବାସିନ୍ଦାଙ୍କ ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଥିଲା । ଏଥିଯୋଗୁ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଆଖି ପିଛୁଳାକେ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘରେ ଥିବା ଜଣେ ପୁରୁଷ ଓ ମହିଳା ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଉକ୍ତ ଘରେ ଏକ ଗ୍ରୋସରୀ ଦୋକାନ ଥିବା ବେଳେ ଦୋକାନରେ ବାଣ ଥିବା କୁହାଯାଇଛି । ଏଥିପାଇଁ ନିଆଁ ଭୟଙ୍କର ରୂପ ଧାରଣ କରିଥିବା ଆଲୋଚନା ହେଉଛି । ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

1 COMMENT

Comments are closed.