Wednesday, November 25, 2020
Home District News ଚୋରି ଉଦ୍ୟମରେ ପାଞ୍ଚ ଜଣଙ୍କୁ ଆଜି କୋର୍ଟ ଚାଲାଣ

ଚୋରି ଉଦ୍ୟମରେ ପାଞ୍ଚ ଜଣଙ୍କୁ ଆଜି କୋର୍ଟ ଚାଲାଣ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୯:୧୦:୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ ବଡ଼ ସରପଲି ପଞ୍ଚାୟତର ଏସାଡା ଗ୍ରାମର ସଦାନା ଲିମିକାଙ୍କ ଘରେ ରାତ୍ର ଦୁଇ ଘଣ୍ଟା ସମୟରେ ଘରେ କେହି ନ ଥିବାର ସୁଯୋଗ ଦେଖି ଚୋରି ଉଦ୍ୟମ ସମୟରେ ଗାଁ ଲୋକ ଘେରି କାବୁ କରିଥିଲେ |

ସକାଳେ ବନ୍ଧୁଗାଁ ଥାନାରେ ଖବର ଦେବା ପରେ ଥାନା ଅଧିକାରୀ ଶ୍ରୀ ସଭ୍ୟସାଚୀ ସତପତି ସଦଳବଳେ ଯାଇ ଏସାଦା ଗ୍ରାମ ଯାଇ ଚୋରଙ୍କୁ ଆଣି ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରିଥିଲେ | ସେମାନେ ହେଲେ ସେମିଳି ଗୁଡା ପଞ୍ଚାୟତ ଅଞ୍ଚଳର ତିନି ବ୍ୟକ୍ତି ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ବନ୍ଧୁଗାଁ ଅଞ୍ଚଳର ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଥିଲେ,(୧)ରାଙ୍ଗା ନାଥ ପାଙ୍ଗି-୨୮,ଗ୍ରାମ ଖୋଜେରୀ ପଦର,(୨)ତାସୁକୁ ତାଡିଙ୍ଗ-୨୫ ଗ୍ରାମ-ପଣସ ପଦ ର,(୩)ବିଶ୍ଵନାଥ ପାଙ୍ଗି-୩୪,ଗ୍ରାମ-କୁମ୍ଭାରୀ ଅମ୍ଭା,(୪)ବାସୁଦେବ ପିଡ଼ିକା-୨୮,ଗ୍ରାମ-କାନାଗାଁ ପଞ୍ଚାୟତ ସାନମାତୁର,(୫)ସିବା ହାରାକା -୫୦,ଗ୍ରାମ ସାନ ମାତୁର | ଏହି ପାଞ୍ଚଜଣ ମିଶି ଗତ ବୁଧବାର ରାତ୍ରରେ ଏସାଡା ଗ୍ରାମ ଲୋକେ ଆଦିବାସୀ ପରମ୍ଫରା ଅନୁଯାଇ ଗ୍ରାମରେ ନୂଆ ଖାଇ ଚାଲିଥିବା ଖୁସିରେ ବ୍ୟସ୍ତ ହୋଇଥିବା ମୌକା ଦେଖି ଏହି ପାଞ୍ଚଜଣ ଘରେ କୌଣସି ଲୋକ ନଥିବାର ଦେଖି ଚୋରି ଉଦ୍ୟମ କରିଥିଲେ | ପାଖ ଲୋକ ଦେଖି ପାଟି କରିବାରୁ ଆଖପାଖ ଲୋକ ଆସି ତିନିଜଣ ଚୋର ଦୁଇ ଗାଡି ଛାଡି ଧାଇଁ ପଳାଇବା ପାଇଁ ଉଦ୍ୟମ ବେଳେ ଗାଁ ଲୋକଙ୍କ ହାତରେ ଧରାପଡିଥିଲେ | ବାକି ଦୁଇଜଣ ଫେରାର ହୋଇଥିଲେ | ଆଜି ସକାଳେ ଦୁହିଁଙ୍କୁ ଧରି ପୋଲିସ ପାଞ୍ଚ ଜଣଙ୍କୁ କେଶ ନ ୯୯/ ୨୦୨୦ ଦଫାରେ କୋର୍ଟ ଚାଲାଣ କରାଯାଇଥିବାର ବନ୍ଧୁଗାଁ ଥାନା ଅଧିକାରୀ ଓଆଇସି ଶ୍ରୀ ଦାସ କହିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନରେ ୩୧କୋଟିରୁ ଉର୍ଦ୍ଧ ଦୁର୍ନୀତି, ବିଡିଓ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କଲେ କଂଗ୍ରେସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ // ନବରଙ୍ଗପୁର (୨୪/୧୧): ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନ ଯୋଜୋନାରେ ୩୧ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବାବେଳେ ଜିଲ୍ଲାର ୧୦ ଟି ବ୍ଲକ ଓ ୨...

ଗଛରେ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ : ମିନା ବେହେରା // ବନ୍ଧୁଗାଁ ତା ୨୪/୧୧/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ଗ୍ରାମ ପଞ୍ଚାୟତର ମଂଚାପଦର ଗ୍ରାମର ସୁଖିଆର ଖଞ୍ଜାକା ବୟସ ୨୦,କୌଣସି କାରଣ ଯୋଗୁଁ ପରିବାରଙ୍କୁ ନ ଜଣାଇ...

କ୍ରିକେଟ ଖେଳରେ ଜୀବନ ହାରିଲେ ଯୁବକ

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା ୨୨/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଏକ ଅଭାବନିୟ ଘଟଣା କ୍ରମେ ଜଣେ ଖେଳାଳିଙ୍କ ମୁର୍ତ୍ୟୁ...

ବେଗୁନିଆପଡା ଠାରେ ମହିଳାଙ୍କ ଆତ୍ମହତ୍ୟା

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା (୨୩/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସ୍ଥାନୀୟ ବାଲିସାହି ଠାରେ ରବିବାର ଦିନ ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳା...

Recent Comments

%d bloggers like this: