Thursday, October 22, 2020
Home Death Case ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତାଙ୍କ ଦେହାନ୍ତ

ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତାଙ୍କ ଦେହାନ୍ତ

ରିପୋର୍ଟ: ସୁନୀଲ ଆଚାର୍ଯ୍ୟ //
ଟିଟିଲାଗଡ (୧୦/୧୦): ଓଡିଶାର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ (OAS) ଶ୍ରୀ ଗୌରୀଶଙ୍କର ତ୍ରିପାଠୀଙ୍କ ଟିଟିଲାଗଡ ହାଟପଦା ସ୍ଥିତ ବାସଭବନରେ ୯୬ବର୍ଷ ବୟସରେ ଦେହାନ୍ତ ଘଟିଛି।

ତେବେ ତାଙ୍କର ଏହି ମୃତ୍ୟୁ ଖବର ଶୁଣି ତାଙ୍କର ବନ୍ଧୁ ବାନ୍ଧବ, ପ୍ରିୟଜନ ତଥା ଅଞ୍ଚଳ ବାସୀଙ୍କ ମନରେ ଶୋକର ଛାୟା ଖେଳି ଯାଇଛି। ନିଜର ପ୍ରଶାସନିକ ଜୀବନରେ ମଧ୍ୟ ସ୍ୱର୍ଗତଃ ତ୍ରିପାଠୀ ନିଜ କାମ ପାଇଁ ବହୁତ ଲୋକପ୍ରିୟତା ଅର୍ଜନ କରିଥିଲେ ଓ ଜଣେ ପରୋପକାରୀ ମଣିଷ ଭାବରେ ତାଙ୍କର ସୁନାମ ରହିଥିଲା । ଆଜି ତାଙ୍କର ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଟିଟିଲାଗଡ ଉପଜିଲ୍ଲାପାଳ, SDPO,SDPRO,IIC ଙ୍କ ସମେତ ଟିଟିଲାଗଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ।ତେବେ ଆଜି ସକାଳ ୧୧ଟା ସମୟରେ ସ୍ଥାନୀୟ ମୁକ୍ତିଧାମ ଠାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହେଵା ସମୟରେ ସ୍ବର୍ଗତଃ ତ୍ରିପାଠୀଙ୍କ ବଡ଼ପୁଅ ଅଶୋକ କୁମାର ତ୍ରିପାଠୀ(ପୁର୍ବତନ ଅବକାରୀ ମୁଖ୍ୟ),ଦ୍ବିତୀୟ ପୁତ୍ର ଅରୁଣ ତ୍ରିପାଠୀ( ପୁର୍ବତନ ବ୍ୟାଙ୍କ ମେନେଜର୍),ତୃତୀୟ ପୁତ୍ର ଅସିତ ତ୍ରିପାଠୀ ଓ ଚତୁର୍ଥ ଅମିତ ତ୍ରିପାଠୀ (SBI GM)ଉପସ୍ଥିତ ରହିବେ ଓ ବଡ଼ଭାଇ ମୁଖାଗ୍ନି ଦେବେ ବୋଲି ପରିବାର ସୂତ୍ରରୁ ପ୍ରକାଶ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: