ମଣ୍ଡଳସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

0
93
ମଣ୍ଡଳସ୍ତରୀୟ ଶିଶୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମଣ୍ଡଳସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-19 at 10.37.36 (1)

ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଆଲୋକ କୁମାର ପଦାନ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ରହିଥିଲେ । ଶିକରପାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ପବିତ୍ର ମୋହନ ନାୟକ, ବିଜୟ କୁମାର ସେଠୀ ମଞ୍ଚାସିନ ରହି ଶିଶୁ ସୁରଭି -୨୦୨୩ ମହୋତ୍ସବ କୁ ଉଦଘାଟନ କରିଥିଲେ । ଏଥିରେ ଉକ୍ତ ବ୍ଲକର ୧୩ଟି ଆଞ୍ଚଳିକ କେନ୍ଦ୍ରରୁ ପ୍ରାୟ ୩୦୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବରିଷ୍ଠ ବିଭାଗ ଓ କନିଷ୍ଠ ବିଭାଗ ମଧ୍ୟରୁ ୧୦ଟି ଲେଖାଏଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ ଗୋଷ୍ଠି ଭିର୍ତ୍ତକ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କୁ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲେ । ଏହା ଆଞ୍ଚଳିକ ସାଧନ ସଂଯୋଜକ ଧନେଶ୍ୱର ଜନୀ, ତାମନା ହିକକା, ଦୀନବନ୍ଧୁ ହୁଈକା, ଶୁସିଲ କୁମାର ମହାପାତ୍ର, ରମେଶ ଚନ୍ଦ୍ର ବିଡିକା, ଶରତ ନାୟକ ସମେତ ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ନଭେମ୍ବର୧ ରୁ ୫ତାରିଖ ରେ ରାୟଗଡା ଜିଲ୍ଲା ବାଳିକା ବିଦ୍ୟାଳୟ ହେବାକୁ ଥିବା ଜିଲାସ୍ତରୀୟ ଶିଶୁ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି । ପ୍ରତ୍ୟେକ ଆଞ୍ଚଳିକ କେନ୍ଦ୍ରରେ ସେପ୍ଟେମ୍ବର ମାସ ୨୬ ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ଶୁରଭି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀ ଙ୍କୁ ନେଇ ମଣ୍ଡଳସ୍ତରୀୟ ଶିଶୁ ଶୁରଭି ଅନୁଷ୍ଠିତ ହୋଇଛି ।