Thursday, October 22, 2020
Home Cultural & Festival ଏକ ବର୍ଷ ବ୍ୟବଧାନ ପରେ ମା ମଝି ଘରିଆଣିଙ୍କ ହୁଣ୍ଡି ଖୋଲାଗଲା

ଏକ ବର୍ଷ ବ୍ୟବଧାନ ପରେ ମା ମଝି ଘରିଆଣିଙ୍କ ହୁଣ୍ଡି ଖୋଲାଗଲା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା ୦୮/୧୦): ରାୟଗଡା ଜିଲ୍ଲା ତଥା ଓଡିଶା ଓ ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଭିନ ଅଂଚଳ ବାସୀଙ୍କ ପ୍ରତକ୍ଷ ଦେବୀ ମା ମଝି ଘରିଆଣିଙ୍କ ମନ୍ଦିର ରାୟଗଡା ସହରରେ ଅବସ୍ତିତ।

ଏହି ମା ଙ୍କ ଆଶୀର୍ବାଦ ନେବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତଙ୍କ ଅଗମାନ ଦେଖିବାକୁ ମିଳିଥାଏ। ମାଙ୍କୁ ଦର୍ଶନ କରିବା ପରେ ଭକ୍ତ ମାନେ ମା ଙ୍କ ଦାନହୁଣ୍ଡିରେ ଦାନ ଦେଇଥାନ୍ତି। ମା ଙ୍କ ହୁଣ୍ଡି ପୂର୍ବରୁ ପ୍ରତି ୩ ମାସ ବା ୧ ମାସ ବ୍ୟବଧାନରେ ଖୋଲା ଯାଉଥିଲା। କିନ୍ତୁ, ଚଳିତବର୍ଷ କୋରାନା କଟକଣା ଯୋଗୁଁ ମା ଙ୍କ ମନ୍ଦିରରେ ଗତ ମାର୍ଚ୍ଚ ମାସ ଠାରୁ ମା ଙ୍କ ଦର୍ଶନ ପାଇଁ କଟକଣା ଜାରି କରାଯାଇଥିଲା। ଫଳରେ ଏହି ୮ ମାସ ମଧରେ ମା ଙ୍କ ହୁଣ୍ଡି ଖୋଲା ଯାଇ ନ ଥିଲା। ଆଜି ମା ଙ୍କ ହୁଣ୍ଡି ଖୋଲା ଯାଇଥିବା ଦେଖିବକୁ ମିଳିଛି। ହୁଣ୍ଡିରେ ଟଙ୍କା ଆକାର ରେ ୬୩,୯୭,୫୫୦/-, ୨୪ଗ୍ରାମ ସୁନା, ୩ କେଜି ୪୦୦ଗ୍ରାମ ରୁପା, ତା ସାଙ୍ଗକୁ ବିଦେଶୀ ମୁଦ୍ରା ୧ଡ଼ଲାର ୫ ଗୋଟି, ୫ଡ଼ଲାର ଗୋଟିଏ ଓ ୧୦୦ ଡ଼ଲାର ଦୁଇ ଗୋଟି, ଓ ପୁରୁଣା ୫୦୦ ଟଙ୍କିଆ ୨୩ଗୋଟି ଓ ୧୦୦୦ଟଙ୍କା ୩ ଗୋଟି ନୋଟ ହୁଣ୍ଡିରୁ ମିଳିଥିବା ସୂଚନା ମିଳିଛି। ଏହି ଟଙ୍କା ଗଣନା କାର୍ଯ୍ୟରେ ରାୟଗଡା ତହସିଲଦାର ଓ ମନ୍ଦିର କମିଟିଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲିବା ଗଣିବା କାର୍ଯ୍ୟ ସମ୍ପାଦନ ହୋଇଥିଲା।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: