Friday, March 29, 2024

Top 5 This Week

Related Posts

ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଚନ୍ଦ୍ରଭାଗା ଓ ମହୋଦଧିରେ ସମୂହ ତିଳତର୍ପଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୪/୧୦) : ଆଜି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଯେତେସବୁ ଅଜଣା ଅସହାୟ ଶବସତ୍କାର କରାଯାଇଥିଲା ତାଙ୍କର ଆତ୍ମାର ସଦଗତି କାମନା କରି ଚନ୍ଦ୍ରଭାଗା ଓ ମହୋଦଧି ରେ ସମୂହ ତିଳତର୍ପଣ କରାଯାଇଛି ।

ଏହି ସଂଗଠନ ପ୍ରତିବର୍ଷ ବୌଦ୍ଧ ଦେଇ ବହିଯାଇଥିବା ମହାନଦୀରେ ସମୂହ ତିଳତର୍ପଣ କରୁଥିବାବେଳେ ଏବର୍ଷ ଚନ୍ଦ୍ରଭାଗା ଓ ମହୋଦଧିରେ ତିଳତର୍ପଣ କରିବା ସହିତ ସମଗ୍ର ମାନବ ସମାଜର ମଙ୍ଗଳ କାମନା କରି ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ଜଗତ ଜନନୀ ମାଁ ଘଟଗାଁ ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ମିନୁ ପ୍ରସାଦ ମିଶ୍ର ,ରାମଚନ୍ଦ୍ର ମେହେର, ରମେଶ ପ୍ରଧାନ, ସନ୍ତୋଷ କୁମାର ମେହେର , କ୍ରିଷ୍ଣା ମେହେର, ବିକାଶ ମେହେର ସଂଯୁକା ମଲ୍ଲିକ, ସନ୍ତୋଷିନୀ ମେହେର ଓ ଇନ୍ଦ୍ରମଣି ମେହେର ପ୍ରମୁଖ ସାମିଲ ହୋଇଥିଲେ ।

Popular Articles