Thursday, March 28, 2024

Top 5 This Week

Related Posts

ଆସନ୍ତା ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆରମ୍ଭ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୪/୧୦) : ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା ।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କଟକ ଜିଲ୍ଲାପାଳ, ସିଡିଏ ଅଧ୍ୟକ୍ଷ, ସିଏମସି ମେୟର, କେନ୍ଦ୍ରାଞ୍ଚଳ RDC, ଡିସିପି ଆଦି ଉପସ୍ଥିତ ଥିଲେ ।

Popular Articles