Friday, October 23, 2020
Home Business & Private ଉତ୍କଳ ଆଲୁମିନାର ଉନ୍ନତ ମୂଳକ ପଦକ୍ଷେପ ସହ ସଚେତନତା କାର୍ଯ୍ୟକ୍ରମ

ଉତ୍କଳ ଆଲୁମିନାର ଉନ୍ନତ ମୂଳକ ପଦକ୍ଷେପ ସହ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା,ରାୟଗଡା(୦୪/୧୦): ରାୟଗଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ସହଯୋଗର ହାତ ବଢ଼ାଇଛି ରାୟଗଡା ଉପାନ୍ତ ପରିସୀମା କାଶୀପୁର ବ୍ଲକ ସ୍ଥିତ ଦୋରଗୁଡ଼ା ଠାରେ ପ୍ରତିଷ୍ଠିତ ଉତ୍କଳ ଆଲୁମିନା l ପ୍ରାକୃତିକ ହେଉ ବା ମାନବିକୃତ୍ତ ଯେକୌଣସି ବିପର୍ଯ୍ୟସ୍ତ ପରିସ୍ଥିତିରେ ଜଣେ ପ୍ରକୃତ ବନ୍ଧୁ ପରି ସବୁବେଳେ ନିଜର କର୍ତ୍ତବ୍ୟ ସମ୍ପାଦନା କରି ଆସିଛି ଉତ୍କଳ ଆଲୁମିନା l

ଏହି ଚିରନ୍ତନ ରୀତି ଅନୁଯାୟୀ ବର୍ତ୍ତମାନର କରୋନା ପରିସ୍ଥିତିରେ ଏକ ବରଦାନ ସଦୃଶ୍ୟ ଏହି କମ୍ପାନୀ ଟିକିରି କାଶୀପୁର ସହିତ ଆଖପାଖ ଅଞ୍ଚଳର ଆକ୍ରାନ୍ତଙ୍କ ପାଇଁ କୋଭିଡ ସେଣ୍ଟର ଖୋଲିବା ସହିତ ମାଗଣା ଉନ୍ନତ୍ତମୂଳକ ଚିକିତ୍ସା ଯୋଗାଇ ଦେଉଛି l ଆଦିବାସୀ ଅଧ୍ୟୁଷିତ ଅଗନ୍ତବ୍ୟ ଗ୍ରାମାଞ୍ଚଳ ଗୁଡିକପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇବା, ଆଦିବାସୀ ଗରିବ ଶ୍ରେଣୀୟ ପିଲାଙ୍କ ପାଇଁ ମାଗଣା ଅନଲାଇନ ବ୍ୟବସ୍ଥା କରାଇବା ଭଳି ପଦକ୍ଷେପ ନେଇଥିଲା l ଗାଁ ଗାଁ ବୁଲି ମାସ୍କ ସହିତ ସାବୁନ ସାନିଟାଇଜର ବାଣ୍ଟିବା ସହିତ ପରିଷ୍କାର ପରିଛନ୍ନ ରହିବା ପାଇଁ ପ୍ରବର୍ତ୍ତାଇବା ସହିତ କରୋନା ସଂକ୍ରମଣ ପ୍ରତି କିଭଳି ସଚେତନତା ରହିବେ ଶିଖାଇଥଲେ l ଏଥିବ୍ୟତିତ ସାମ୍ବାଦିକଙ୍କ ସୁରକ୍ଷା ମଧ୍ୟ ସେମାନେ ଭୁଲି ନଥିଲେ l ଗତ ୩ ତାରିଖ ଦିନ ରାୟଗଡା ସ୍ଥିତ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଉତ୍କଳ ଆଲୁମିନାର ସିଏସଆର ଲୋପାମୁଦ୍ରା ପ୍ରିୟଦର୍ଶିନୀ ଉତ୍କଳ ଆଲୁମିନା ଲୋକସମ୍ପର୍କ ଅଧିକାରୀ ତନ୍ମୟମହାନ୍ତି ଏବଂ ମୌସୁମୀ ଦାସ ପ୍ରମୁଖ ଉପସ୍ଥିତ ହୋଇ ରାୟଗଡା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ତଥା ରାୟଗଡା ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସହିତ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏଥି ସହିତ ସାମ୍ବାଦିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାସ୍କ ସହିତ ସାନିଟାଇଜର ମଧ୍ୟ ବଣ୍ଟନ କରିଥିଲେ l କମ୍ପାନୀର ଏତାଦୃଶ୍ୟ ପଦକ୍ଷେପ ଓ ସୁ-ସମ୍ପର୍କ ସ୍ଥାପନ ଶୈଳୀକୁ ସାମ୍ବାଦିକ ମାନେ ସନ୍ତୁଷ୍ଟି ପ୍ରକାଶ କରି ସ୍ୱାଗତ ଜଣାଇଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: