ବୋରିଗୁମ୍ମାରେ ଚାଲୁ ରହିଛି ଏସ୍‌.ଡି.ସି. କପ୍ ଫୁଟବଲ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

0
47
ବୋରିଗୁମ୍ମାରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୩/୧୦) : କୋରାପୁଟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ବୋରିଗୁମ୍ମା ଷ୍ଟାଡ଼ିୟମ୍ ଠାରେ କେବଳ ଆଦିବାସୀ ପିଲାଙ୍କୁ ନେଇ ଫୁଟବଲ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତ ୧୧ ତାରିଖରୁ ଆରମ୍ଭ ହୋଇ ଆଜି ୩ୟ ଦିନରେ ପଦାର୍ପଣ କରିଛି ।

ଭଲିବଲ ପ୍ରତିଯୋଗିତାରେ ବୋରିଗୁମ୍ମା ବ୍ଳକର ସମସ୍ତ ୩୧ ଟି ପଞ୍ଚାୟତରୁ ଆସିଥିବା ଆଦିବାସୀ ଖେଳାଳୀ ଭାଗ ନେଇଥିବା ବେଳେ ଫୁଟବଲ ପ୍ରତିଯୋଗିତାରେ ଅଞ୍ଚଳା, ବେଣା ଗାଁ, ବେଣାସୁର, ବୋଡ଼ି ଗାଁ, ବୋରିଗୁମ୍ମା, ଡେଙ୍ଗପଦର, ହର୍ଦ୍ଦୋଳୀ, କୁମୁଲି,ସାନ ପରିଆ, ମାଳଦା, ସର୍ଗି ଗୁଡ଼ା, ସେମେଳାଗୁଡ଼ା ଓ ରଣସପୁର ପଞ୍ଚାୟତର ଖେଳାଳି ମାନେ ଭାଗ ନେଇଥିବା ଜଣାପଡିଛି । ଆଜି ସେମିଫାଇନାଲ ଚାଲିଥିବା ବେଳେ ଆସନ୍ତା କାଲି ଫାଇନାଲ ଫୁଟବଲ ମ୍ୟାଚ୍ ବୋରିଗୁମ୍ମାରେ ତଥା ଭଲିବଲ ମ୍ୟାଚ କାମରା ଠାରେ ଅନୁଷ୍ଠିତ ହୋଇଯାଇଛି । ବୋରିଗୁମ୍ମା ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁମନ୍ତ ବିଶ୍ଵାଳ ତଥା ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୋନାଲି ନାୟକ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିବା ଜଣାପଡିଛି ।