Friday, October 23, 2020
Home Corona Breaking ବଲାଙ୍ଗୀର ରେ କରୋନା ଆକ୍ରାନ୍ତ ୩ଜଣ ଯୁବକଙ୍କ ଅକାଳ ବିୟୋଗ

ବଲାଙ୍ଗୀର ରେ କରୋନା ଆକ୍ରାନ୍ତ ୩ଜଣ ଯୁବକଙ୍କ ଅକାଳ ବିୟୋଗ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ବଲାଙ୍ଗୀର (୦୪/୧୦): ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣ କମୁ ନ ଥିବା ବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗିଛି | ଯୁବକ ଅବସ୍ଥାରେ ଅନେକ ଜୀବନ ଲିଭି ଯାଉଛି | ଗତ ଶନିବାର ଏଭଳି ଦୁଇ ଜଣାଶୁଣା ଯୁବକଙ୍କ ମୃତ୍ୟୁ ଖବର ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା |

ବଲାଙ୍ଗୀର ସହର ସୋନପୁର ଛକରେ ଥିବା ମେଡିମଲ ଔଷଧ ଦୋକାନ ର ମାଲିକ ସନ୍ତୋଷ ମେହେର (୪୦)ଙ୍କ କରୋନା ସଂକ୍ରମଣରେ ପରଲୋକ ହୋଇଥିବା ବେଳେ ଜରାସିଂହା ନିବାସୀ ସଂଜୀବ ମିଶ୍ରଙ୍କ ମଧ୍ୟ ପରଲୋକ ହୋଇଥିବା ଖବର ଜଣାପଡିଥିଲା | ସ୍ବର୍ଗତ ସନ୍ତୋଷ ମେହେର ସ୍ଥାନୀୟ କୋଶଳ ନଗର ବାସିନ୍ଦା ଥିବା ବେଳେ ସ୍ବର୍ଗତ ସଂଜୀବ ମିଶ୍ର ଗୁଡ଼ଭେଳାରେ କାର୍ଯ୍ୟରତ ଶିକ୍ଷକ ଥିଲେ | ଠିକ ସେହିପରି ଆଜି ପୁଣି ଜଣେ ଔଷଧ ବ୍ୟବସାୟୀ ତଥା ଜଣେ ମେଳାପୀ ଯୁବକ ଶ୍ରୀ ସଂଗୀତ ଅଗ୍ରୱାଲଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଖବର ସାରା ସହରକୁ ସ୍ତବ୍ଧ କରିଦେଇଛି | ସେ ଜଣେ ସରଳ ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ | ତାଙ୍କର କଳ୍ପନା ଫାର୍ମାସିଟିକଲ ଔଷଧ ବିତରଣ ସଂସ୍ଥା ସବୁଠି ପରିଚିତ | ସେ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟ ବାହାରେ ରାୟପୁରରେ ରହି ଚିକିତ୍ସିତ ହେଉଥିଲେ | ସେ ବରିଷ୍ଠ ସାମ୍ବାଦିକ ଶ୍ରୀ ରାମକୁମାର ଅଗ୍ରୱାଲଙ୍କ ପୁତ୍ର ଅଟନ୍ତି l ତାଙ୍କ ମୃତ୍ୟରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି | ଏପରି କରୋନା ଅନେକ ଯୁବ ଗୋଷ୍ଠୀଙ୍କ ଜୀବନ ନେଇସାରିଥିବାରୁ କରୋନା ମୃତ୍ୟୁ ସମସ୍ତ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଦେଉଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: