୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ

0
53
୧୩୦ ଲିଟର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୧୦) : ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଆଜି ସଇଁତଲା ଥାନା ଅନ୍ତର୍ଗତ ଯୁରାବନ୍ଧ, ଗୁଦ୍ରାମୁଣ୍ଡା, ଅଞ୍ଚଳ ରୁ ୮୦ ଲିଟର ରନ୍ଧା ମଦ ଜବତ ସହ ଏକ ବାଇକ ଜବତ ।

ଅଭିଯୁକ୍ତ ନାରାୟଣ ଧରୁଆ (୪୦) କୁ ଗିରଫ କରାଯାଇଛି । ସେହିପରି ଉକ୍ତ ସଇଁତଲା ଥାନା କୁମ୍ଭାରି ନିକଟରୁ ରସିଲ ନାଗ (୫୦) ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ସୂଚନା ମିଳିଛି । ଉକ୍ତ ଦ୍ବୟ ଙ୍କ ନିକଟରୁ ୧୩୦ ଲିଟର ରନ୍ଧା ମଦ ଜବତ କରାଯାଇ ଥିବା ବେଳେ ଉଭୟ ଙ୍କୁ ସଇଁତଲା କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ ଅବକାରୀ ଅଧିକାରୀ ଆଶିଷ ବେହେରା ସୂଚନା ଦେଇଛନ୍ତି ।