Thursday, October 22, 2020
Home District News ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା

ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା

ରିପୋର୍ଟ: ସତ୍ୟଜିତ ବାରିକ //
ଦୁବାଇ ତା ୦୩.୧୦): ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ) ଦ୍ୱାରା ଉଦ୍ଧାର କରାଯାଇଛି | ଓ.ସ.ୟୁ.ଏ. ଇ ର ସଭାପତି ଅମୀୟ ମିଶ୍ର, ସାଧାରଣ ସଂପାଦକ ପ୍ରିତୀଶ ଦାଶ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଚିନ୍ମୟ ଜେନା ଏବଂ ଜ୍ୟୋତି ରଞ୍ଜନ ପଣ୍ଡା, ଭାରତ ସରକାରଙ୍କ ଦୁବାଇ ସ୍ଥିତ କନସୁଲେଟରେ ଅବସ୍ଥାପିତ ଶ୍ରମ ବ୍ୟପାରର କନସଲ ଅଧିକାରୀ ଜୀତେନ୍ଦ୍ର ନେଗୀଙ୍କର ସହାୟତାରେ ନିର୍ଯାତନା ଭୋଗ କରୁଥିବା ଏହି ଯୁବକ ମାନଂକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି |

ଶ୍ରମିକ ମାନେ ବିନା କାମ ଦାମରେ ଭୋକ ଓପାସରେ କାଳ କାଟୁଥିବା ସହିତ ଗଭୀର ମାନସିକ ଯନ୍ତ୍ରଣା ମଧ୍ୟରେ ରହିଥିବା ସେମାନଂକୁ ଭେଟିବାକୁ ଯାଇଥିବା ବେଳେ ଏହି ପ୍ରତିନିଧି ମାନଂକୁ ଜଣାଇଛନ୍ତି | ସେମାନଙ୍କର ନିୟୁକ୍ତିକାରୀ ମାଲିକ, ଶ୍ରମିକ ମାନଙ୍କର ପାସପୋର୍ଟ ନ ଫେରାଇ କମ୍ପାନୀ ବନ୍ଦ କରି ଦେଶ ଛାଡ଼ି ଚାଲି ଯାଇଥିବା ସେମାନେ ସୁଚାଇଛନ୍ତି | ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ବା ଦୁବାଇ ଭଳି ଦାମୀ ସହରରେ ଚଳିବା ପାଇଁ ହାତରେ ପଇସା ନ ଥିବା ସେମାନେ ପ୍ରକାଶ କରିଛନ୍ତି | ଯୁବକ ମାନଂକର ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ କନସୁଲେଟ ଅଧିକାରୀ ଶ୍ରୀ ନେଗୀଙ୍କର ସହଯୋଗ ରେ ଓଡ଼ିଶା ସମାଜ ୟୁ.ଏ.ଇ. ତରଫରୁ ସେମାନଙ୍କର ତୁରନ୍ତ ଓଡ଼ିଶା ଫେରିବା ପାଇଁ ନିଃଶୁଳ୍କ ବିମାନ ଯାତ୍ରାର ବ୍ୟବସ୍ଥା କରାଯାଇଛି | ଚାଟାର୍ଡ଼ ବିମାନ ବା ବନ୍ଦେ ଭାରତ ମିଶନ ମାଧ୍ୟମରେ ଆନ୍ତର୍ଜାତୀକ ବିମାନ ଯାତ୍ରାର ଦିନ ଠିକ ହେବା ପର୍ଯ୍ୟନ୍ତ ଏହି ଅତ୍ୟାଚାରିତ ଶ୍ରମିକ ମାନଂକୁ ଦୁବାଇରେ ରହିବା ଏବଂ ଦୈନିକ ଖାଇବାର ଖର୍ଚ୍ଚ ଓ.ସ.ୟୁ.ଏ.ଇ.ଓ ଭାରତୀୟ କନସୁଲେଟ ମିଳିତ ଭାବେ ବହନ କରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ | ଏଠାରେ ପ୍ରକାଶ ଥାଉକି ଦୁବାଇରେ ଅଟକି ଥିବା ଏହି ଶ୍ରମିକ ମାନଂକର ଦୟନୀୟ ସ୍ଥିତି ସଂପର୍କରେ ସେମାନେ ପ୍ରଥମେ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ୍ କରି ଜଣାଇଥିଲେ | ଶ୍ରୀ ମିଶ୍ର ଏହାର ଉତ୍ତରରେ ରିଟୁଇଟ କରି ଦୁବାଇ ବେଶୀ ଦୂର ନୁହେଁ ବ୍ୟସ୍ତ ନ ହେବାକୁ କହି ସେମାନଂକୁ ସହାୟତାର ଆଶ୍ୱାସନା ଦେଇଥିଲେ | ଶ୍ରୀ ମିଶ୍ରଙ୍କର ରିଟୁଇଟ ସଂପର୍କରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଓଡ଼ିଶା ସମାଜ ୟୁ.ଏ.ଇ.ର ସାଧାରଣ ସଂପାଦକ ପ୍ରିତୀଶ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୂର୍ଣ ସାହାଯ୍ୟର ପ୍ରତିଶୃତି ଦେଇଥିଲେ | ଏହାପରେ ଶ୍ରୀ ଦ୍ୱିବେଦୀ ଓ ସମାଜସେବୀ ପ୍ରତ୍ୟୁଷ ପଣ୍ଡା ଟୁଇଟ୍ କରି ଶ୍ରୀ ମିଶ୍ରଙ୍କୁ ଓ ଶ୍ରମିକ ମାନଙ୍କୁ ଓ.ସ.ୟୁ.ଏ. ଇ ର ସହାୟତା ନେଇ ଭରସା ସଂପର୍କରେ ଉଲ୍ଲେଖ କରିବା ସହିତ ସାଧାରଣ ସଂପାଦକ ଶ୍ରୀ ଦାଶଙ୍କର ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଥିଲେ | ପରେ ପରେ ଓ.ସ.ୟୁ.ଏ. ଇ ଓ କନସୁଲେଟର ପ୍ରତିନିଧି ଦଳ ଶ୍ରମିକ ମାନଙ୍କର ଅଟିକିଥିବା ସ୍ଥାନକୁ ଯାଇ ସେମାନଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ସମର୍ଥନ, ସହାନୁଭୂତି ଓ ସଦ୍ଦିଚ୍ଛା ପ୍ରଦାନ କରିବା ନେଇ ଆଶ୍ୱସ୍ତ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: