ଜମିବାଡି ବିବାଦକୁ ନେଇ ଭୁଜାଲି ଆକ୍ରମଣ

0
61
ଜମିବାଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୧/୧୦) : ଜମିବାଡିକୁ ନେଇ ଭୁଜାଲି ଆକ୍ରମଣ । ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଓ ହୋଟେଲ ମାଲିକଙ୍କ ଭିତରେ ଜମିବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗିଥିଲା ।

ଏହି ସମୟରେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ଉଭୟଙ୍କ ଭିତରେ ଭୁଜାଲି ଭୁସାଭୁସି ହୋଇ ୩ ଜଣ ଗୁରୁତ୍ୱର ହୋଇ ପଡିଲେ । ଏହି ଗୁରୁତ୍ୱର ଯୁବକ ଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏପରି ଘଟଣା ଘଟିଥିଲା ଭଦ୍ରକ ମେଡିକାଲ ପରିସରରେ । କିଛି ସମୟପାଇଁ ରଣକ୍ଷେତ୍ର ପାଲଟିଥିଲା ମେଡିକାଲ ପରିସର । ସିଟି ଡ଼ିଏସପି ଙ୍କ ସମେତ ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ ପୁରୁଣା ବଜାର ଥାନା ଅଧିକାରୀ ପହଞ୍ଚି ଉତେଜନା ଲୋକମାନଙ୍କୁ ବୁଝାସୁଝା ପରେ ବର୍ତମାନ ଶାନ୍ତ ପଡିଛି ମେଡିକାଲ ପରିସର । ଏହି ଭୁଜାଲି ଭୁଷା ରେ ୩ ଜଣ ଙ୍କ ମଧ୍ୟରୁ ଦୁଇ ଜଣ କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଉ ଜଣେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମେଡିକାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ସ୍ଥାନୀୟ ତହସିଲଦାର ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାଇ ରଖିଛନ୍ତି ।