Friday, March 29, 2024

Top 5 This Week

Related Posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୧୦) : ତା ୧୦/୧୦/୨୦୨୩ ରିଖ ରବିବାର ସକାଳ ଘ ୧୧.୦୦ମି ରେ ସ୍ଥାନୀୟ ନୂତନ ଜ୍ଞାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।WhatsApp Image 2023-10-11 at 06.43.11

ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହେବା ସହିତ ନାଲସା ସ୍କିମ, ମେଣ୍ଟାଲ ହେଲଥ ଆକ୍ଟ ଓ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା ହୋଇଥିଲା । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଳା ବାର ଅସୋସିଏସନର ସମ୍ପାଦକ ବିଶନାଥ ଗନ୍ତାୟତ, ଭାରପ୍ରାପ୍ତ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସ୍ପର୍ଶ ସୋସିଆଲ ଫାଉଣ୍ଡେସନର ଜେନେରାଲ ମ୍ୟାନେଜର ପ୍ରଫେସର ପ୍ରଫୁଲ୍ଳ ଧଲ ଓ ଫିଜିଓ ଥେରାପିଷ୍ଟ ଦାମୋଦର ଚାନ୍ଦ, ଟି. ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

ଉପସ୍ଥିତ ଅତିଥିମାନେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଦିତ ବିଭିନ୍ନ ଆଇନ ଓ ସେମାନଙ୍କ ପାଇ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ସତନ୍ତ୍ର ଶିକ୍ଷକ ସୁବିନାଥ ବଗର୍ତ୍ତୀ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।

Popular Articles