ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ

0
196

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୦୯) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯିବା ସହିତ ୱେବଲିଙ୍କ ଦିଆଯାଇଥିଲା ।

କରୋନା କଟକଣାକୁ ନଜରରେ ରଖି ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଏହି ପ୍ରକାର ପଦକ୍ଷେପ ନିଆଯାଇଥିଲା । ଏହା ଫଳରେ ସମସ୍ତ ଅଭିଭାବକ, ଛାତ୍ର, ଛାତ୍ରୀ ଘରେ ବସି ଭାରତର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଶିକ୍ଷକ ପର୍ବର ଆଭିମୁଖ୍ୟ, ୱେବିନାର ବିଷୟରେ ସବିଶେଷ ତଥ୍ୟ ଜାଣିପାରିଥିଲେ ।

ଏହି ଶିକ୍ଷକ ପର୍ବରେ ଅଧ୍ୟକ୍ଷା ସୁଜାତା ରଥ, ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବିଶ୍ଵାଳ, ବିଜୟା ପ୍ରଧାନ, ପ୍ରତିଭା ଦେବୀ , ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ଶ୍ରୀନିବାସ ହାତୀ, କରମବିର ସିଂହ, ହରିଶଙ୍କର ରାୟ, ହରେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିକ୍ଷକ ପର୍ବ ତା ୭.୯.୨୦୨୧ ରୁ ତା. ୧୭.୯.୨୦୨୧ ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ପାଳିତ ହେବ ବୋଲି ସୂଚନା ଦିଆଯାଇଛି ।