Thursday, October 22, 2020
Home District News ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର କାର୍ଯ୍ୟାଦେଶ ପାଇସାରିଛନ୍ତି।

କିନ୍ତୁ ଦୁଇଟି ଯାକ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ଜମି ସେଠି ନଥିବା ଦର୍ଶାଇ ସହରର ଶ୍ରୀରାମପଦା ଠାରେ ଅକାର୍ଯ୍ୟକ୍ଷମ ହୋଇ ପଡିରହିଥିବା ବସଷ୍ଟାଣ୍ଡ ପାଖକୁ ଉକ୍ତ ଦୁଇ କାର୍ଯ୍ୟାଳୟକୁ ସ୍ଥାନାନ୍ତର ପାଇଁ ସଚେତନ ନାଗରିକ କମିଟିର ଆବାହକ ତଥା ପୂର୍ବତନ ଓକିଲ ସଙ୍ଘ ସଭାପତି ଲେ.ଏଲ.ବୁଲିଆନଙ୍କ ନେତୃତ୍ତ୍ବରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶଯେ ସହରର ଶ୍ରୀରାମପଦାଠାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ଦିନ ଧରି ନିର୍ମାଣ ହୋଇଥିବା ପଡିରହିଥିବା ବସଷ୍ଟାଣ୍ଡ ଆଜ ସୁଧା କାର୍ଯ୍ୟକ୍ଷମ ହୋଇପାରିନାହିଁ। ତା ପାଖରେ ତହସିଲ କାର୍ଯ୍ୟାଳୟ କର୍ମଚାରୀ ଓ ତହସିଲ ଅଧିକାରୀଙ୍କ ବାସଗୃହ ଥିବା ହେତୁ ଏବଂ ଆଗାମି ଦିନରେ ରାଜସ୍ବ ଉପଖଣ୍ଡ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଯଥେଷ୍ଟ ଜାଗା ସେଠି ଥିବା ଯୋଗୁଁ ଏବେ ସେଠାରେ ନୂତନ ଭାବେ ତହସିଲ କାର୍ଯ୍ୟାଳୟ ସାଙ୍ଗକୁ ଉପ-ନିବନ୍ଧକ କାର୍ଯ୍ୟାଳୟ ନିର୍ମାଣ କରାଗଲେ ଭଲ ହୁଅନ୍ତା, ତା ସହିତ ପୂରାତନ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କୋଠାକୁ ଭାଙ୍ଗି ସେଠି ନୂତନ ଭାବେ ବସଷ୍ଟାଣ୍ଡ ନିର୍ମାଣ କରାଗଲେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ସହରବାସୀ ନିବେଦନ କରିଛନ୍ତି। ଏ ବାବଦରେ ପୂର୍ବତନ ଓକିଲ ସଂଘ ସଭାପତି ତଥା ସଚେତନ ନାଗରିକ କମିଟିର ଆବାହକ ଲେକଚର ବୁଲିଆନଙ୍କ ନେତୃତ୍ତ୍ବରେ ଏନ.ରାଜା ରାଓ,ଅମିତ କୁମାର ପ୍ରଧାନ ପ୍ରମୁଖ ସ୍ଥାନୀୟ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ ର ଫ୍ରଦାନ କରିଥିଲେ। ଏହାର ଏକ ନକଲ ମାନ୍ୟବର ରାଜସ୍ବ ମନ୍ତ୍ରୀ, ମାନ୍ୟବର ସାଂସଦ କନ୍ଧମାଳ,ମାନ୍ୟବର ବିଧାୟକ,ଜି.ଉଦୟଗିରି, ସମ୍ମାନୀୟା ଜିଲ୍ଲାପାଳ,କନ୍ଧମାଳ, ସମ୍ମାନୀୟ ଉପ ଜିଲ୍ଲାପାଳ,ବାଲିଗୁଡ଼ାଙ୍କ ନିକଟକୁ ପଠାଇଥିବା ଆବାହକ ଏଲ୍. ବୁଲିଆନ ସୂଚନା ଦେଇଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: