Thursday, March 28, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୧୦) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ DLSA(ଜିଲ୍ଲା ଲିଗାଲ ସାର୍ଭିସ୍ ଅଥୋରିଟି) ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ରେ ଏ. ଡି. ଏମ. ଅଲିନା ପଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ଦିବସ ପାଳିତ ହୋଇ ଯାଇଛି lWhatsApp Image 2023-10-11 at 06.41.41

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି, ଜିଲ୍ଲା ଲିଗାଲ ସାର୍ଭିସ ଅଥୋରିଟି ସେକ୍ରେଟାରୀ କୁମୁଦିନୀ ମୁଦୁଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାସ,ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଏଫ୍ ଡବ୍ଲୁ )ଡା. ଦୈତ୍ୟ ନାରାୟଣ ପାଢ଼ୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି )ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ମଞ୍ଚାସିନ ଥିଲେ l ଅତିଥି ମାନେ ବିଶ୍ୱ ମାନସିକ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ମାନସିକ ରୋଗ ବିଷୟରେ ସଚେତନତା ସୃଷ୍ଟି କରି ଆତ୍ମ ବିଶ୍ୱାସ, ଧୈର୍ଯ୍ୟ ଓ ସହନଶୀଳତା ହିଁ ସମାଧାନ ର ସୂତ୍ର, ଆସନ୍ତୁ ପାରିବାରିକ ଓ ସାମାଜିକ ସମ୍ପର୍କକୁ ସୁସ୍ଥ ଓ ସୁଦୃଢ କରି ସମସ୍ତଙ୍କ ପାଖରେ ବିଶ୍ୱାସ ଜନ୍ମାଇ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବା ଏବଂ ଲିଗାଲ ସାର୍ଭିସ ର ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା ହୋଇଥିଲା l

ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା l ଉକ୍ତ ସଭାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, DMHP ସୁପରଭାଇଜର ଅନୁପରଞ୍ଜନ ଦାସ, RARE ପ୍ରତିନିଧି ମନୋଜ କୁମାର ସ୍ୱାଇଁ, ସି ପି ଟୀକରାମ ପଟେଲ ଏବଂ ପି ଏସ୍ ଡବ୍ଲୁ ଶିବକର୍ମୀ ସହଯୋଗ କରିଥିଲେ l ପ୍ରଥମେ ଏକ ରାଲି ସହର ପରିକ୍ରମା କରିଥିଲେ l ଅତିଥି ବୃନ୍ଦ ୧୦ଜଣ କୃତି ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ସଭାରେ DLSA ସୋନପୁର କର୍ମକର୍ତ୍ତା, RARE କର୍ମକର୍ତ୍ତା, ଏ ଏନ୍ ଏମ୍ ତାଲିମ କେନ୍ଦ୍ର ଛାତ୍ରୀ ବୃନ୍ଦ, ଆଶା, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ସହ ପରିଚାଳକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ଧନ୍ୟବାଦ ପ୍ରଦାନ କରିଥିଲେ l

Popular Articles