Friday, March 29, 2024

Top 5 This Week

Related Posts

ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ୨୦୨୩ ପାଳିତ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୦/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତତ୍ତ୍ୱାବଧାନରେ ଆଜି ଗୋଷ୍ଠୀ ଶିକ୍ଷାଧିକାରୀ ଗୁଡାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ୨୦୨୩ ପାଳିତ ହୋଇଯାଇଛି ।WhatsApp Image 2023-10-10 at 17.55.35

ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରତ୍ନମୟୀ ପୁରୋହିତ ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିବା ବେଳେ ସି ଆର ସି ସି ଶ୍ରୀ ନୀଳାଞ୍ଚଳ ମିଶ୍ର ବିଭୁ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସାଂଗୁଡା ରୂପା ମାଝି ଓ ନବକୃଷ୍ଣ ଗାମାଙ୍ଗ, ସମସ୍ତ CRCC, ସହଯୋଗୀ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ନାରୀ ସୁରକ୍ଷା,ଓ ବାଲ୍ୟ ବିବାହ ଆଇନ ବିଷୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରତ୍ନମୟୀ ପୁରୋହିତ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକା ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କନିଷ୍ଠ ଓ ବରିଷ୍ଠ ଛାତ୍ରୀଙ୍କ ମଧ୍ୟରେ ବତ୍କୃତା, ସଂଗୀତ, ପ୍ରବନ୍ଧଲିଖନ ପ୍ରତିଯୋଗିତା ହୋଇଥିଲା ।

ବିଶେଷ କରି ବାଲ୍ୟ ବିବାହ ଓ ନାରୀ ସୁରକ୍ଷା ଉପରେ ବିଷୟବସ୍ତୁରେ ଗୁରୁତ୍ୱଆରୋପ କରାଯାଇଥିଲା । ପ୍ରତିଯୋଗିତାରେ କୃତିଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଜିଲ୍ଲା ସ୍ତ୍ରରୀୟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିବାପାଇଁ ଉତ୍ସାହିତ କରାଯାଇଥିଲା । ପରିଶେଷରେ ସମସ୍ତ ପ୍ରତିଯୋଗୀଛାତ୍ରୀ ଓ ସହଯୋଗୀ ଶିକ୍ଷକ ମାନକୁ ଧନ୍ୟବାଦ ଅର୍ପଣ କରି ଆଜିକାର କାର୍ଯ୍ୟକ୍ରମର ସମାପନ କରାଯାଇଥିଲା ।

Popular Articles