ପୂଜା ସଙ୍ଗଠନ ଗୁଡାକ ଜୋର ଜବରଦସ୍ତ୍ ପୂଜା ଚାନ୍ଦା ଆଦାୟ କରୁଥିବା ଅଭିଯୋଗ

0
45
ପୂଜା ସଙ୍ଗଠନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୧୦) : ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ, ଅନେକ ଗୁଡ଼ିଏ ପୂଜା ସଙ୍ଗଠନ ଗୁଡାକ ଜୋର ଜବରଦସ୍ତ୍ ପୂଜା ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ସୂଚନା ଯୋଗ୍ୟ ଯେ, ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କରିବା ନିମନ୍ତେ ଅନେକ ପୂଜା କମିଟି ପୂଜା ଚାନ୍ଦା ଆଦାୟ କରୁଥିବା ବେଳେ, ଜିଲ୍ଲା ପୋଲିସ୍ ପକ୍ଷରୁ ରକ୍ ଲଗା ଯାଇଥିଲା ଯେ…, କୌଣସି ପୂଜା କମିଟି ଜୋର ଜବରଦସ୍ତି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାରର ଦୋକାନୀ ଙ୍କୁ ବାଧ୍ୟ ବାଧକତା କରି ପାରିବେ ନାହିଁ ବୋଲି । ଏ ନେଇ ଗତ ଦିନରେ ଜେକେ ପୁର ଠାରେ ବ୍ୟବସାୟୀ ମାନେ ଚାନ୍ଦା ଆଦାୟ କୁ ବିରୋଧ କରି ଗୋଟିଏ ଦିନ ପାଇଁ ଦୋକାନ ବଜାର ବନ୍ଦ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ରାୟଗଡା ସହର ଏବଂ ଅନେକ ସ୍ଥାନରେ ଗଣେଷ ପୂଜା ଧୁମ୍ ଧାମରେ ପାଳନ କରିବା ଦେଖିବାକୁ ମିଳିନି । କିନ୍ତୁ, ପାର୍ବଣ ଋତୁ ହୋଇଥିବା ହେତୁ ବ୍ୟବସାୟୀ ମାନଙ୍କୁ ଏବଂ ଦୋକାନ ବଜାରର ମାଲିକ ମାନଙ୍କ ଠାରୁ ଜରଜବର ଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରୁଛନ୍ତି ରାୟଗଡା ବଜାରର ବ୍ୟବସାୟୀ ମାନେ । ସୁଚନା ଯୋଗ୍ୟ ଯେ, କିଏ କହୁଛି କୁମାର ପୂର୍ଣ୍ଣିମା ଚାନ୍ଦା, କିଏ କହୁଛି ଦୂର୍ଗା ପୂଜା ଚାନ୍ଦା ଦିଅ, କିଏ କହୁଛି ଲକ୍ଷ୍ମୀପୂଜା କରୁଛୁ ଚାନ୍ଦା ଦିଅ ବୋଲି ଚାନ୍ଦା ଆଦାୟ କରୁଥିବା ନେଇ ବ୍ୟବସାୟୀ ମାନେ ନୟାନ୍ତ ହୋଇ ପଡିଛନ୍ତି ।

ଏ ନେଇ ବ୍ୟବସାୟୀ ମାନେ ପୋଲିସରେ ଅଭିଯୋଗ କରି ନ ଥିଲାବେଳେ ଆଗକୁ ଯଦି ଏହିଭଳି ବାଧ୍ୟ ବାଧକତା କରି ଚାନ୍ଦା ଆଦାୟ କରାଯାଏ ତେବେ ବାଧ୍ୟ ହୋଇ ଦୋକାନ ବଜାର ବନ୍ଦ କରି ପୋଲିସ ଏତେଲା ଦେବୁ ବୋଲି ଶୁଣିବାକୁ ମିଳୁଛି । ଅନ୍ୟ ପକ୍ଷରେ ବୁଦ୍ଧିଜୀବିଙ୍କ କହିବା ଅନୁଯାୟୀ ପୂଜା ପାର୍ବଣ ପାଳିତ ସମସ୍ତଙ୍କ ପାଇଁ ତାହା ବୋଲି କାହାକୁ ବାଧ୍ୟ କରି ହଜାର ହଜାର ଟଙ୍କା ଚାନ୍ଦା ଆଦାୟ କରିବା ବିଲକୁଲ ଉଚିତ୍ ନୁହେଁ ବୋଲି କହିଛନ୍ତି ।