Thursday, October 22, 2020
Home District News ୧୫ ଗୋଟି ଦାବିକୁ ନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ବିଜେପି ଦଳ

୧୫ ଗୋଟି ଦାବିକୁ ନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ବିଜେପି ଦଳ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୩୦/୯/୨୦): ଆଜି ବନ୍ଧୁଗାଁ ବ୍ଳକରେ ୧୫ ଗୋଟି ଅଭିଯୋଗ ନେଇ ଭାରତୀୟ ଜନତା ଦଳ ପକ୍ଷରୁ ବ୍ଳକ ଘେରାଉ କରାଜାଇଥିଲା । କୋରାପୁଟ ଜିଲ୍ଲାପାଳଙ୍କ ଉଦ୍ଦ୍ଯେଶରେ ବନ୍ଧୁଗାଁ ବିଡିଓଙ୍କୁ ଲେଖି ଜଣାଇଛନ୍ତି | ବିଜେପି ଦଳ ପକ୍ଷରୁ ୧୫ ଗୋଟି ଦୁର୍ନିତିକୁ ନେଇ ବନ୍ଧୁଗାଁ ବ୍ଳକ ବିଡିଓ ଶ୍ରୀ ରଜନି କାନ୍ତ ଦାସଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

This slideshow requires JavaScript.

ଉକ୍ତ ସ୍ମାରକ ପତ୍ରରେ କୋଵିଡ-୧୯ କରୋନା ପାଇଁ କେନ୍ଦ୍ରରୁ ଆସିଥିବା ୧୯କୋଟି ଟଙ୍କାର ଦୁର୍ନୀତି, ପ୍ରଧାନ ମନ୍ତ୍ରି ଆବାସ ଯୋଜନାର ବାଟ ମରଣା, ଏମ୍ ଜୀ ଏନ ଆର ଇ ଜୀ ଏ, ଶୌଚାଳୟ, ପିଡ଼ିଏସ ଚାଉଳ, ଓ କେନ୍ଦ୍ର ସରକାରରୁ ପଞ୍ଚାୟତକୁ ଆସୁଥିବା ଅନୁଦାନ ସି ଏଫ୍ ସି/ଏସ୍ ଏଫ୍ ସି, ପଡୀ କାର୍ଡ,ହରଡ଼ ଡାଲି ବଦଳରେ ବୁଟ ଦିଆଯିବା,ହରିଚନ୍ଦ୍ର ଜଜନା,ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା, ଦୁର୍ନିତି ସହ ବନ୍ଧୁଗାଁ ବନ୍ଧୁଗାଁ ବ୍ଳକର ପ୍ରତ୍ୟକ ପଞ୍ଚାୟତକୁ ଦୁର ନିଗମ ସଞ୍ଚାର (ଜିଓ) ସ୍ତାପନ ଓ କୃଷି ସମ୍ବନ୍ଧୀୟ ବିହନ ସାର ଜନ୍ତ୍ରପାତି ଦୁର୍ନିତ ଓ କରୋନା ଯୋଗୁଁ ଅଭାବ ସମୟରେ ବିଦ୍ୟୁତର ଦରବୃଦ୍ଧି, ବିପିଏଲ ବିଦ୍ୟୁତ ଖାଉଟି ମାନଙ୍କୁ ମିଟର ଆଦି ଦିଆଯାଇଛି କିନ୍ତୁ ବିଜୁଳି ସଂଯୋଗ ନାହିଁ,ଏହିପରି ୧୫ ଗୋଟି ଅଭିଯୋଗକୁ ନେଇ ଆଜି ବିଜେପି ଦଳର ବ୍ଳକ ସଭାପତି ମଧୁ ଘାଣ୍ଟାଙ୍କ ନେତୃତ୍ବରେ ବ୍ଳକ ଘେରାଉ କରାଯାଇଥିଲା | ଏହି ସମୟରେ ଜିଲ୍ଲା ଉପ ସଭାପତି ସରତ ପାତ୍ର, ବ୍ଳକ ଉପ ସଭାପତି ମଧୁସୁଧନ ପୂଜାରୀ ଓ ବ୍ଳକ ପୁର୍ବତନ ସଭାପତି ଜି.ରାମୁଡୁ, ଜିଲା ସମ୍ଫାଦକ ଟପି ତେଣ୍ଟା ବାରିଆ,ଓ ବ୍ଳକର ଜୋନ-୧ ସଭାପତି ସମ୍ୟରଞ୍ଜନ ରାଇ,ଆଦିବାସୀ ଦଳିୟ ସଭାପତି ଦେବେନ୍ଦ୍ର ବାଡ଼ି,ମହିଳା ମଞ୍ଚ ସଭାନେତ୍ରି ଶ୍ରୀ ମତି କାଲାବତି ଖସଲା,ଉପ ସଭାପତି ଶ୍ରୀ ମତି ଲାଡ଼ି ମାଣ୍ଡିଙ୍ଗ,ହରିଜନ ମଞ୍ଚ ସଂଘ ସଭାପତି ଶ୍ରୀ ଜି. ଗୌରି ନାଇଡ଼ୁଙ୍କ ସହ ବ୍ଳକର ପ୍ରାୟ ଏକ ଶହ ଲୋକ ପ୍ରମୁଖ ଉପସ୍ଥିତ ଥିଲେ | ବିଡିଓଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ଅବଗତ କରାଜାଇ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ଦଳ ପକ୍ଷରୁ କୁହାଯାଇଛି | ନଚେତ ଆଗାମୀ ଦିନରେ ବ୍ଳକ ଘେରାଉ ଓ ମହା ରାଲି କରାଜିବ ବୋଲି ଜଣାଇଦିଆଯାଇଛି | ଉକ୍ତ ବିଶୟକୁ ନେଇ ବିଡିଓ ଶ୍ରୀ ଦାସ କହିଲେ ଯେଉଁ ଦୁର୍ନୀତି ବିଶୟକୁ ନେଇ ଜଣାଇଛନ୍ତି ଉକ୍ତ ବିଷୟକୁ ନେଇ ମୁଁ ତଦାରଖ କରିବି ଓ କିଛି ସମୟ ନେଇ ସରକାରଙ୍କ କାର୍ଯ୍ୟ କରିବା ପାଇଁ ଆସିଥିବା ଟଙ୍କା କେଉଁ ପ୍ରକାର ଭାବରେ ଦୁର୍ନିତ ହୋଇଛି ଏହାକୁ ନେଇ ଅତି ଶିଘ୍ର ଯାଞ୍ଚ କରିବି ବୋଲି ସେ ପ୍ରକାଶ କରିଥିଲେ | ଏଥିରେ ବନ୍ଧୁଗାଁ ଥାନା ଅଧିକାରୀ (ଓଆଇସି) ଶ୍ରୀ ସଭ୍ୟସାଛି ସତପତି,ଏଏସ୍ଆଇ ଶ୍ରୀ ରାଧା ରମଣ ବେହେରା ଓ ସବର ଲାଲ ନେହେରୁ ଓ ଥାନାର କର୍ମଚାରୀ ସ୍ମାରକ ପତ୍ର ଦେବା ସ୍ଥାନରେ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

Comments are closed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: