୩ହେକ୍ଟର ଜମିରେ ଚାରା ରୋପଣକୁ ୫ହେକ୍ଟର କହି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

0
37
୩ହେକ୍ଟର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୧୦) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ଚାରା ରୋପଣ ନାମରେ ମହା ଘୋଟାଳା ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଥାଉକି ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚାରା ରୋପଣ, ବ୍ୟକ୍ତିଗତ ପୋଖରି, ଟ୍ରେଞ୍ଚ ଖୋଳା ସହିତ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ହୋଇଥାଏ । ଏହି ବିଭାଗ ଦ୍ବାରା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରା.ପର ବଡଖମାର ଗାଁ ରେ ଗତ ବର୍ଷ ପ୍ରଥମକରି ବନୀକରଣ ଉଦ୍ଦେଶ୍ୟରେ ଚାରାରୋପଣ କରାଯାଇଥିଲା କିନ୍ତୁ ଚାରା ରୋପଣ ସ୍ଥାନରେ ଦର୍ଶାଯାଇଥିବା ଜମି ଅପେକ୍ଷା ବହୁତ କମ ଜମିରେ ବୃକ୍ଷ ରୋପଣ କରି ଦାୟିତ୍ବରେ ଥିବା ବିଭାଗିୟ କର୍ମଚାରୀ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସୂଚନା ଥାଉ କି ବଡଖମାର ମୈାଜା ର ଆର.ଏମ.ସି କପା ମଣ୍ଡି ପଛ ପାଖରେ ବିଭାଗ ତରଫରୁ ୫ ହେକ୍ଟର ପାଇଁ ୭ ଲକ୍ଷ ୮୧ ହଜାର ୪୬୫ ଟଙ୍କା ବ୍ୟୟ ଅଟକଳରେ ଗତ ବର୍ଷ ପ୍ରଥମ ଥର ପାଇଁ ଚାରା ରୋପଣ କରି ପ୍ରାୟ ୭ ଲକ୍ଷ ଟଙ୍କାର ବିଲ କରି ନେଇଥିବା ଜଣାଯାଇଛି ।

ଆଶ୍ଚର୍ଯ୍ୟ ର କଥା ୫ ହେକ୍ଟର ପାଇଁ ଏଷ୍ଟିମେଟ ହୋଇଥିବା ବେଳେ ଉକ୍ତ ସ୍ଥାନରେ ପ୍ରାୟ ୩ ହେକ୍ଟର ଜମି ରହିଛି କିପରି ୫ ହେକ୍ଟର ଦର୍ଶାଯାଇ ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କାର ବିଳ କେମିତି ହେଲା । କମ ଜମିରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ଜିଓ ଟେକ କରାଯାଇଛି କିନ୍ତୁ ବିଭାଗୀୟ ଅଧିକାରୀ ମାନେ କିପରି ଜାଣିପାରିଲେ ନାହିଁ । ଉକ୍ତ ବୃକ୍ଷରୋପଣ କରାଯାଇଥିବା ଜମି ନିକଟରେ ବନ ବିଭାଗ ତରଫରୁ ୧୦ ହେକ୍ଟର ବୃକ୍ଷ ରୋପଣ କରି ଚତୁରପାର୍ଶରେ ତାର ବାଡ ଦେଇଛନ୍ତି ।

ଏ ନେଇ ବୀରମହାରାଜପୁରରେ ଅବସ୍ଥାପିତ ଥିବା ଏବଂ ଉକ୍ତ ବୃକ୍ଷରୋପଣ ର ତଦାରଖ ଦାୟିତ୍ବରେ ଥିବା ସୁପରଭାଇଜର ହରେଶ ପଧାନ ଙ୍କ ସହ ଯୋଗାଯୋଗ କରାଯିବା ରୁ ସେ କହିଥିଲେ କି ୧୦ ହେକ୍ଟର ପାଇଁ ୧୫ ଲକ୍ଷ ୬୨ ହଜାର ୯୩୦ ଟଙ୍କା ଅଟକଳ ଥିଲା କିନ୍ତୁ ତାକୁ ୫ ହେକ୍ଟର କରି ଚାରା ରୋପଣ କରାଯାଇଥିଲା । କିନ୍ତୁ ଉକ୍ତ ସ୍ଥାନରେ ପ୍ରକୃତ ପକ୍ଷେ ୩ ହେକ୍ଟର ର ଜମି ରହିଥିବା କଥା ପଚରାଯିବା ରୁ ଓଭରସିୟର ଜଣକ ଚିହିଁକି ଉଠି ଆମେ ତଥ୍ୟ ଦେବାକୁ ବାଧ୍ୟ ନୁହେଁ । ଗତ ବର୍ଷ କରାଯାଇଛି କହି ଫୋନ କାଟି ଦେଇଥିଲେ । ଯଦି ପ୍ରକୃତ ରେ ଓଭରସିୟର ଜଣକ ୫ ହେକ୍ଟର ଜମି ଉପରେ ବୃକ୍ଷ ରୋପଣ କରି ବିଲ କରିଛନ୍ତି ତେବେ ଏ ନେଇ ପଚାରିଲେ ଚିଡୁଛନ୍ତି କିପରି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ମୃତ୍ତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟରତ ଥିବା ଓଭରସିୟର ଜଣକ ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ଜଣେ ଦୁଇ ଜଣ ଦଲାଲ ରଖି କାମ ନ କରି ହିତାଧିକାରୀ ମାନଙ୍କ ଅଜାଣତରେ ବିଲ କରି ଲକ୍ଷାଧିକ ଟଙ୍କା ହଡପ କରୁଥିବା ବେଳେ ଏଥିରେ ବିଭାଗୀୟ ଉପରିସ୍ଥ ଅଧିକାରୀ ସାମିଲ ଥିବା ନେଇ ସନ୍ଦେହ ହେଉଛି । ପ୍ରକୃତ ତଦନ୍ତ କରି ସରକାରୀ ଟଙ୍କାକୁ ବେଆଇନ ଭାବେ ଲୁଟ କରୁଥିବା ଦୋଷୀ ଅଧିକାରୀ ବିରୋଧ ରେ କାର୍ଯ୍ୟାନୁଷ୍ଟାନ ପାଇଁ ସାଧାରଣରେ ଦାବି ହେଉଛି l