Friday, October 23, 2020
Home Corona Breaking କରୋନା ସଂକ୍ରମଣରେ କନ୍ଧମାଳର ବରିଷ୍ଟ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ପରଲୋକ

କରୋନା ସଂକ୍ରମଣରେ କନ୍ଧମାଳର ବରିଷ୍ଟ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ପରଲୋକ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡ଼ା ୩୦/୯): କନ୍ଧମାଳ ଜିଲ୍ଲା ପ୍ରମେୟ ଖବର କାଗଜ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢୀଙ୍କର କାଲି ଭୁବନଶ୍ୱେର ରେ କୋଭିଡ କେୟାର ହସପିଟାଲରେ ଦେହାନ୍ତ ଘଟିଛି । କାଲି ସକାଳ ପ୍ରାୟ ୭ଟାରେ ତାଙ୍କର ଦେହାନ୍ତ ହୋଇଥିବାର ଘରୋଇ ହସପିଟାଲରୁ ଖବର ଆସିବା ପରେ କନ୍ଧମାଳର ଗଣମାଧ୍ୟମ ପ୍ରତିନିଧି ମହଲରେ ଶୋକର ଛାୟା ଖେଳିଯାଇଛି |

ଗତ ୨୪ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯିବାପରେ ସେ କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ । ୪ଦିନ ପରେ ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ୱର ଘରୋଇ ହସପିଟାଲକୁ ୨୮ତାରିଖ ଅପରାହ୍ନରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ କାଲି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ପ୍ରମେୟର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ମେଳାପି,ମିଷ୍ଟଭାଷି ଓ ସମାଜସେବୀ ବ୍ୟକ୍ତି ଭାବରେ କନ୍ଧମାଳ ଜିଲ୍ଲାରେ ସୁପରିଚିତ ହୋଇ ପାରିଥିଲେ । ତାଙ୍କର ଦୁଇ ଝିଅଙ୍କ ସମେତ ତାଙ୍କ ପତ୍ନୀ ଅଛନ୍ତି । ଏହି ଅକାଳ ବିୟୋଗରେ ତାଙ୍କ ପରିବାର ଓ ସମଗ୍ର ରାଜ୍ୟ ର ଗଣମାଧ୍ୟମ ଓ ସାମ୍ବାଦିକ ମହଲ ରେ ଶୋକରଛାୟା ଖେଳିଯାଇଛି | ପରିବାର ଲୋକଙ୍କୁ ସାହାଯ୍ୟ ପାଇଁ କନ୍ଧମାଳ ର ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ନିବେଦନ କରାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: