ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୋପବନ୍ଧୁ ଜୟନ୍ତୀ ପାଳିତ

0
49
ସରସ୍ବତୀ ଶିଶୁ ବିଦ୍ୟା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୦/୧୦) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ାରୀ ଠାରେ ପବିତ୍ର ଗୋପବନ୍ଧୁ ଜୟନ୍ତୀ ମ‌ହା ସମାରୋହ ପାଳିତ ହୋଇଯାଇଛି ।WhatsApp Image 2023-10-10 at 10.16.48 (1)

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳାମ୍ବର ଶବର (କୃଷକ) ଯୋଗ ଦେଇ ପ୍ରକୃତ ସେବା କ’ଣ ଓ ଏହାର ମାହାତ୍ମ୍ୟ ବିଷୟରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ଦିଲୀପ କୁମାର ସାହୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ତତ୍ ପରେ ସରକାରୀ ଉଚ୍ଚବିଦ୍ୟାଳୟ ଗୁଡ଼ାରୀର ପ୍ରାଙ୍ଗଣରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ , ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କୃଷ୍ଣ ପ୍ରସାଦ ସାହୂ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଗୁଡ଼ାରୀ ସ୍ଥିତ ରାଧାକୃଷ୍ଣ ମନ୍ଦିର ଓ ଶିଶୁ ଉଦ୍ୟାନକୁ ଯାଇ “ସେବା ଦିବସ ” ହେତୁ ସଫେଇ କାର୍ଯ୍ୟ କରିଥିଲେ ।