Thursday, October 22, 2020
Home Business & Private ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତି ପୂରାପୁରି ବିଗଡି ଯାଇଛି । ଏହାକୁ ସଜାଡିବା ପାଇଁ କେନ୍ଦ୍ର ସରକାର ପର୍ଯ୍ଯାୟ କ୍ରମେ ଅନ୍ ଲକ୍ ଘୋଷଣା କରି ଆସୁଛନ୍ତି । ରାଜ୍ୟ ସରକାର ଗୁଡିକ କେନ୍ଦ୍ରର ଗାଇଡ ଲାଇନ୍ ଆଧାରରେ ପଦକ୍ଷେପ ନେଉଛନ୍ତି ।

କିନ୍ତୁ ପଦ୍ମପୁର ରେ କରୋନା ସଂକ୍ରମଣକୁ ଆଳ କରି ସ୍ଥାନୀୟ ବଣିକ ସଂଘ, ନାଗରିକ କମିଟି ଓ ଓକିଲ ସଂଘ ତରଫରୁ ଅକ୍ଟୋବର ୨୮ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ସାତ ଦିନ ବ୍ଯାପି ସଟ ଡାଉନ ଘୋଷଣା କରା ଯାଇଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ପ୍ରଶାସନ କେଉଁ ଆଇନ ରେ କିଛି ବେସରକାରୀ ଅନୁଷ୍ଠାନକୁ ଏପରି ଘୋଷଣା କରିବା ପାଇଁ ଅନୁମତି ଦେଇଛି ? ଏହି ଆଇନ କୋଭିନ – ୧୯ ର ଗାଇଡ ଲାଇନ୍ ରେ ଅଛି କି ? ଯଦି ବି ସଟ୍ ଡାଉନ ଘୋଷଣା କରାଯାଇଛି, ଜନ ସାଧାରଣଙ୍କର ସ୍ବାର୍ଥକୁ ସଂପୂର୍ଣ୍ଣ ଭାବେ ଆଖିବୁଜି ଦିଆ ଯାଇଛି । ସରକାରୀ ସ୍ତରରେ ଲକ୍ ଡାଉନ କିମ୍ବା ସଟ୍ ଡାଉନ ସମୟରେ ଗ୍ରୋସରୀ ତଥା ପନି ପରିବା ଦୋକାନକୁ ଖୋଲାଯିବା ପାଇଁ ଅନୁମତି ମିଳିଥାଏ । କିନ୍ତୁ ଏଇ ବେସରକାରୀ ଘୋଷଣା ରେ ଏଇ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ଦୋକାନ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସାତଦିନ ରେ ସାମଗ୍ରୀ କିଣିବା ପାଇଁ ସମସ୍ତଙ୍କର ଆର୍ଥିକ କ୍ଷମତା ନାହିଁ । ପୁଣି ପନି ପରିବା ଚାଷୀ ମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ କେଉଁଠି ନେଇ ବିକ୍ରୀ କରିବେ ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ସ୍ବାର୍ଥକୁ ନେଇ ସବୁ କଟଣାକୁ ଉଠାଇ ଦେଇଥିବା ବେଳେ, ପଦ୍ମପୁରର ଏଇ ବେସରକାରୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟ କଳାପ ସଂପୂର୍ଣ୍ଣ ଭାବେ କୃଷି ବିରୋଧୀ ନୁହେଁ କି ? ପୂର୍ବ ରୁ ମଧ୍ୟ ପନି ପରିବା ଚାଷୀ ମାନଙ୍କୁ ଅନେକ ଥର ସ୍ଥାନୀୟ ପ୍ରଶାସନ ତରଫରୁ ହଇରାଣ କରାଯାଇଥିଲା ।

ଯାହା କୁ ନେଇ କୃଷକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଅନ୍ଯ ପକ୍ଷର କରୋନା ସଂକ୍ରମଣକୁ ଏଡାଇବା ପାଇଁ ଯଦି ଏଇ ଅନୁଷ୍ଠାନ ମାନେ ଏତେ ବିବ୍ରତ ତା ହେଲେ ସେ ମାନେ ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କୁ ସୁଧାରିବା ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି ? ସହରକୁ ବିଶୋଧନ କରାଉ ନାହାନ୍ତି କାହିଁକି ? କରୋନା ସଂକ୍ରମଣ ଜନିତ ସଠିକ୍ ଖବର ଦେବା ପାଇଁ ପ୍ରଶାସନକୁ କହୁ ନାହାନ୍ତି କାହିଁକି ? ସବୁ ଠାରୁ ଗୁରୁତର ବିଷୟ ଯେ ପ୍ରଶାସନ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ କେବଳ ନୀରବ ଦ୍ରଷ୍ଟା ହୋଇ ରହିଛନ୍ତି । ତାଙ୍କର ନୀରବତାକୁ ସମର୍ଥନ ବୋଲି କାହିଁକି କୁହାଯିବ ନାହିଁ ? ଲୋକେ ଦ୍ବନ୍ଦରେ ପଢୁଛନ୍ତି ଯେ ଏଇ ସଟ ଡାଉନ ସରକାରୀ ନା ବେସରକାରୀ ? ସେ ଯାହା ବି ହେଉ ପଦ୍ମପୁର ଉପ ଜିଲ୍ଲାପାଳ ଏଇ ବେସରକାରୀ ସଟ ଡାଉନ ଘୋଷଣା କୁ ବାତିଲ କରିବା ପାଇଁ ଜନ ସାଧାରଣ ଦାବି କରନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: