Thursday, October 22, 2020
Home District News ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ ଉତ୍ସକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି ।

ହେଲେ ଚଲିତ ବର୍ଷ ଅଦିନିଆ ବର୍ଷା,ଅଧିକ ବର୍ଷା ଓ ପାଗ ଚାଷ ପାଇଁ ଅନୁକୁଲ ହୋଇନଥିବାରୁ ବର୍ତ୍ତମାନ ଧାନ ଫସଲ ବିଭିନ୍ନ ରୋଗପୋକ ଦ୍ବାରା ଆକ୍ରାନ୍ତ ହୋଇ ଫସଲ।ନଷ୍ଟ ହେଉଛି । ରୋଗପୋକ ଦମନ ପାଇଁ ଚାଷୀମାନେ ବଜାରରୁ ବହୁ ମୂଲ୍ୟରେ କୀଟନାଶକ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଲ ମିଳୁନାହିଁ କେବଲ କୀଟନାଶକ ଦୋକାନୀ ଅର୍ଥ ଉପାର୍ଜନ କରୁଛନ୍ତି । ରୋଗପୋକ ଆକ୍ରାନ୍ତ ଯୋଗୁଁ ଚଲିତ ବର୍ଷ ଏକଚତୁର୍ଥାଂଶ ଫସଲ ଅମଲ ହେବ ନା ନାହିଁ ଦ୍ବନ୍ଦରେ ଚାଷୀ। ରୋଗପୋକ ଦମନ ପାଇଁ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ସମବାୟ ସମିତିରୁ ଆଣିଥିବା ୠଣ ପରିଶୋଧ କରିବା ପାଇଁ ମଧ୍ୟ ଅକ୍ଷମ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।ଏହି ସବୁ ଅଭିଯୋଗ ନେଇ ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମର ଚାଷୀମାନେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: