ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର

0
65
ପ୍ରାଥମିକ ବିଦ୍ୟାଳୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୧୦) : ଗତ କାଲି ସନ୍ଧ୍ୟାରେ ବିଭିନ୍ନ ଦାବୀ ନେଇ ଗଜପତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଫେରିଛନ୍ତି ।WhatsApp Image 2023-10-10 at 06.34.03

ରାଜ୍ୟ ସଂଘର ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ଶ୍ରୀ ଜଗଦିଶ ପାତ୍ର ଙ୍କ ନେତୃତ୍ୱ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ ପାଇଁ ଯାଇଥିଲେ । ଜିଲ୍ଲାରେ ସଂଘ ଗଠନ ହେବା ପରେ ଏହା ପ୍ରଥମ ସାକ୍ଷାତ କାର୍ଯ୍ୟକ୍ରମ ଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଅସୁସ୍ଥ ଥିବା ଯୋଗୁଁ କ୍ଷର୍ଯ୍ୟାଳୟ ଦାଇତ୍ୱ ରେ ଥିବା ସେକ୍ସନ ଅଫିସର ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା । ଏହି ସ୍ମାରକ ପତ୍ର ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସମୟ କୁ ଛୁଟି ଭାବେ ଘୋଷଣା କରି ସମସ୍ତ ବ୍ଲକରେ ଏହାକୁ ଲାଗୁ କରିବାକୁ ଅନୁରୋଧ କରାଯାଇଛି ।

ଏହି ଦଳରେ ବି.ଗୋପାଳ ରାଓ, ପରାମର୍ଶ ଦାତା ପ୍ରଭାତ ପାଢ଼ୀ, କୋଷାଧ୍ୟକ୍ଷ ଭାଗିରଥି ନାୟକ, ସଂଙ୍ଘଠନିକ ସମ୍ପାଦକ କେ. ଚିରଞ୍ଜିବି, ଦି.ଖଗେଶ୍ୱର ରାଓ, ରବୀନ୍ଦ୍ର ରଣା, ମିଡ଼ିଆ କୋରଡିନେଟର ଯେ. ଲୋକନାଥମ, ଅଡିଟର ଶ୍ରୀ ମଧୁକୁମାର, କାଶୀନଗର ବ୍ଲକ ସଭାପତି ଶ୍ରୀ ରମାକାନ୍ତ ହୋତା, ଉମାପତି ମାଣ୍ଡୁଲା, ଏନ ଭି ସଂଜୀବ ରହିଥିଲେ ।